STORYMIRROR

Bijay Prusty

Romance

4  

Bijay Prusty

Romance

କୁହୁଡି ଘର

କୁହୁଡି ଘର

1 min
315


ଜହ୍ନକୁ ଛୁଇଁଲେ ହାତ ଜଳିଯାଏ

ମନ ଜାଳିଦିଏ ମନ

ତୁମରି ପ୍ରୀତିର ଜ୍ୱଳନରେ ସଖୀ

ଜଳୁଛି ମୁଁ ରାତିଦିନ I

ମତିଭ୍ରମ ହୁଏ ତୁମକୁ ଦେଖିଲେ

ଶୁଣିଦେଲେ ତୁମ ସ୍ୱର

ଶୀତ ସକାଳରେ କାକରରେ ଭିଜି

ତୋଳେ ମୁଁ କୁହୁଡି ଘର I

ତୁମ ସହ ଭେଟ ହେଉ କି ନହେଉ

ତୁମେଥାଅ ମନତଳେ

ତୁମରି ଉପରେ ସକାଳ ସୂରୁଜ

ପହିଲି କିରଣ ଢାଳେ I

ତୁମପାଇଁ ସଖୀ ଶୀତ ଗାଏ ଗୀତ

ହେମାଳ ପବନ ସ୍ୱରେ

ଦେଖୁନ କିପରି ନୀରବରେ କଇଁ

ଚାନ୍ଦପାଇଁ ଝୁରି ମରେ I।


Rate this content
Log in

Similar oriya poem from Romance