STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ପ୍ରୀତି ତୁମେ

ପ୍ରୀତି ତୁମେ

1 min
1.0K


କେଉଁ ଶିଳ୍ପୀର କୃତି ତୁମେ ପ୍ରୀତି

କେଉଁ କବିର ବିମୁଗ୍ଧ କଳ୍ପନା

କେଉଁ ଆକାଶର ଶୁପ୍ତ ଇନ୍ଦ୍ରଧନୁ

ଅବା ପୁନେଇଁ ଜହ୍ନର ଜୋଛନା।।

ତୁମେ ଆଖିରେ ଆଖିଏ କଥା ରଖି

ଲେଖି ଯାଅ ଯେତେ ଗୀତି କବିତା

ତୁମ ପଲକରୁ ରସ ରଙ୍ଗ ନେସି

ପ୍ରୀତି ଚିତ୍ର ଲେଖିଯାଏ ତୁଳିକା

ତୁମ ଭୃଳତାର ସରୁ ଯବନିକା

ତୋଳେ ଆବାହନୀ ପ୍ରୀତି ମୁର୍ଛନା।।

ଲକ୍ଷ ମୁକୁତା ଯେମିତି ଝରିଯାଏ

ଗଣ୍ଠି ଖୋଲିଦେଲେ କଣ୍ଠି ମାଳାର

ତୁମେ ହସି ଦିଅ ଯେବେ କିରି କିରି

ତୋଳି ମୃଦୁ ମଧୁ ଝରା ଝଙ୍କାର

ତଳ ଓଠକୁ ଦାନ୍ତରେ ଚାପି ଧରି

ଧୀରେ ଇଶାରାରେ ମୋତେ ଡାକନା।।

ତୁମ କଷା କଷା ଅଙ୍ଗ ନିଶାରେ

ମିଶା କାମନାର ମିଠା ଜହର

ତୁମ ଛୁଆଁର ଛନକା ଆଜି ବି

ଛାତି ଥରେଇ ଦେଉଛି ମୋହର

ଆସ ଘୁଞ୍ଚି ଆସ ବାହୁପାଶ କୁ

ଆଳିଙ୍ଗନକୁ ବାରଣ କରନା।।

ତୁମ କାରଣ ହଜା ଏ ବାରଣ କୁ

ପ୍ରୀତି ଚୁମ୍ବନେ ଦେଇ ହଜେଇ

ଆରକ୍ତ ଅଧରୁ ଲାଜକୁ ଆଡେ଼ଇ

ପ୍ରେମ ପରାଗକୁ ଦେଇ ଭିଜେଇ

କୋଳେ ନେବି ତୋଳି,ଆଗ ଲାଜକୁଳୀ

ତୁମେ ଲାଜେଇ ଝାଉଁଳି ଯାଅନା।।

ତୋଳି ଶବ୍ଦର ଚାରୁ ଚିତ୍ରଲେଖା

ଛନ୍ଦି କାବ୍ୟର ପ୍ରତି ଛନ୍ଦରେ

ଉପମା ଅନେକ ଖଞ୍ଜି ବାନ୍ଧିବି

କଟି କିଙ୍କିଣ ନିବିବନ୍ଧରେ

ଛନ୍ଦ ପ୍ରୀତିର ରତି ରିତିର

ଗୀତି ରଚିଯିବା ପ୍ରୀତି ଆସନା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance