STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ଏବେ ବି ଜୀବିତ

ଏବେ ବି ଜୀବିତ

1 min
11

ଶାଖା ଛଡ଼ା ଝରା ପତରର
ଶେଷ ଅଭିସାର ଅଭିଳାଶା
 ଜୁଇ ନିଆଁ ଲିଭି ଗଲା ପରେ
ବାକି ଯାହା ପାଉଁସର ତୃଷା ।।

ଝରିଗଲା କାହିଁକି ଜାଣେନା
ଏଇ ତ କଅଁଳିଥିଲା ସିଏ ,
ଅଧରେ ତା ଆଶା ଅରୁଣୀମା
ଅସମୟେ ପୋଛିନେଲା କିଏ ।।

 ଅଳ୍ପ ଟିକେ ହସିବାର ଆଶା
ବେଶୀ କିଛି ଚାହିଁ ବି ନଥିଲା
ଖାଲି ଟିକେ ବଞ୍ଚିବାର ଇଚ୍ଛା
ଅସମୟେ କିଏ ପୋଛିନେଲା ।।

 ଚାହିଁଥିଲା ଆକାଶ ଆଡ଼କୁ 
ଅରୁଣ କିରଣ ଆଶା ନେଇ
ବୁଣିଥିଲା ସୁନେଲି ସପନ
କଳ୍ପନାର ରୂପାରେଖା ଦେଇ।।

 କେ ସୃଜିଲା ଝଡ଼ ଅସମୟେ
 କ୍ଷତାକ୍ତ ହେଲା ତା'ର କାୟା
କମନୀୟ କୋମଳ ଆଧାରେ
ଆଚ୍ଛାଦିଲା ମରଣର ଛାୟା ।।

ପବନବି ସାଜିଲା ବଧିର
ନିଷ୍ଠୁର ତା ପ୍ରହାର ପ୍ରଖର
 ଛିନ୍ନ କଲା କୋମଳ ଡେମ୍ଫକୁ
ଭିନ୍ନ ହେଲା ସୂତ୍ର ସମ୍ପର୍କର ।।

ଏବେ ବି ତା ଛିନ୍ନ କାୟା ତଳେ
 ଅଳ୍ପ କିଛି ଅଦୃଶ୍ୟ ରକତ
 ଶୁଖି ଶୁଖି ବକଳା ହେଲାଣି
 ବାକି ଅଛି ନିହତ ଅସ୍ତିତ୍ୱ ।।

ଥମିଗଲା ଅଦିନିଆ ଝଡ଼ ,
ଜମିଗଲା ବରଷା ର ପାଣି
ବିଷ ହେଲା ସେହି ବାରିଧାରା
ଯା'ରେ ସେ ଅମୃତ ଥିଲା ମଣି ।।

ଏବେ ତା'ର ଅସ୍ତିତ୍ୱ ବି ନାହିଁ
ତଥାପି ବି ମଲା ଦେହ ତା'ର
ସେହି ମହାଦ୍ରୁମ ପାଇଁ ନିଜେ
ଯୋଗାଉଛି ଆଜି ଜୀବସାର ।।

ଯୋଡ଼ିବାର ଆଶା ସବୁ ତା'ର
 ରଖିଛି ବି ମରିଗଲା ପରେ
ଏବେ ବି ଜୀବିତ ଭିନ୍ନ ରୂପେ
 ଶାଖା ଛାଡି ଝରିଗଲା ପରେ ।। **^**^**^**^**^**^


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract