STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଯୁଦ୍ଧ ନୁହେଁ ସମାଧାନ କେବେ

ଯୁଦ୍ଧ ନୁହେଁ ସମାଧାନ କେବେ

2 mins
0

 ଯେବେ ସମସ୍ୟାର ସମାଧାନ ହୁଏ ସଭ୍ୟତା କି ନହୁଏ କ୍ଷତାକ୍ତ ? ବ୍ୟାପିଯାଏ ଚାରିଆଡେ ନିଃଶବ୍ଦ ଶୁନ୍ୟତା ଖାଁ.. ଖାଁ... ବାଟ ବସ୍ତି ସହର ନଗର ଚୁପଚାପ ହୋଇଯାଏ ଆପେ ବଣିଜ ବେପାର । ଭୁଷୁଡା କାନ୍ଥର ଭଙ୍ଗା ଉଜୁଡ଼ା ଛାତିରେ ଲାଗିଲାଗି ଶୁଖିଯାଏ ମେଞ୍ଚା ମେଞ୍ଚା ମାଂସ ଆଉ ଛିଟା ଛିଟା ରକ୍ତ । ମାତ୍ର ଅହଂକାର ଗର୍ବେ ଅବା ବାହୁବଳେ ବୋଳାନ୍ତି ସେ ବଳୀୟାନ ବଡ଼ , ଫରକ କିଛି ପଡ଼େନା ସେମାନଙ୍କୁ ଡାୟାର , ଆଲେକଜାଣ୍ଡାର ଅବା ଚଣ୍ଡାଶୋକ , ଡନାଲ୍ଡ ମାନକୁ ବିଜୟ ଲାଳସା ଅନ୍ଧ କରିଦିଏ ବୋଲି । ସମୟର ଆର୍ତ୍ତନାଦ ସମ୍ପର୍କର ପୋଡ଼ା ଗନ୍ଧ ତଥାପି ସେ ଦର୍ପ-ଦୀପ ଦିଦୀପ୍ୟତା ଖୋଜେ ବିଜୟର ଅଭିଯାନ ଦେଖେନାହିଁ କିଛି । ରକ୍ତନଦୀ ପାରିହେବା ପରେ ଦେଖେ ଖାଲି ଦୁର୍ୟୋଧନ ଲକ୍ଷ୍ମଣର ଶବ । ତଥାପି ହସ୍ତିନା ଧ୍ୱସ୍ତ ବିଧ୍ୱସ୍ତ ସାମ୍ରାଜ୍ୟ କୌରବ ନିହତ ଆଉ ପାଣ୍ଡବ ଆହତ ଜୀବିତ ମାତ୍ର ଏକ ଜିଦ୍ଧ ସ୍ୱର ତୋଳେ ବିନା ଯୁଦ୍ଧେ ନଦେବାକୁ ସୂଚ୍ୟାଗ୍ର ମେଦିନୀ । କୃଷ୍ଣତ୍ୱ ବି ପରାହତ ହୁଏ ଶାନ୍ତି ବାର୍ତ୍ତା ଚୁକ୍ତି ଯୁକ୍ତି ମୂଲ୍ୟହୀନ ଲାଗେ , ବିନାଶର ଧ୍ୱନି ଯେବେ ହୁଏ ମୁଖରିତ । କ୍ଳୀବ ନୁହେଁ ଶିଖଣ୍ଡୀ କେବଳ , ସାରା ବିଶ୍ୱ କ୍ଳୈବତ୍ଵ କୁ ପ୍ରାପ୍ତ । ପିତାମହ ଦ୍ରୋଣ କର୍ଣ୍ଣ ଅବା ଜୟଦ୍ରଥ ରଥୀ ମହାରଥୀ ଅତିରଥୀ ଦେଶ ରାଜ୍ୟ ରାଜା ପ୍ରଜାକୁଳ ନଷ୍ଟ-ପୌରୁଷର ଭୁକ୍ତଭୋଗୀ ହ୍ୱନ୍ତି କେତେବେଳେ କୁରୁକ୍ଷେତ୍ର ଅବା କେବେ ଆମେରିକା ଇଜ୍ରାୟେଲ ଇରାନ ଇରାକ । ତଥାପି କାହିଁକି ସାଜେ ତଟସ୍ଥ ଏ ବିଶ୍ୱ ? ଆଜି ପୁଣି ଶୁଭେ ସେହି ଦର୍ପର ଉଦ୍ଘୋଷ ପ୍ରତିଚୀ ରବିର ତେଜେ ପ୍ରାଚୀ ଭୀତତ୍ରସ୍ତ , ଏକଇ ଗର୍ଜନେ ଧରା ହୁଏ ପ୍ରକମ୍ପିତ । ଐକ୍ୟତା କୁ ପରାହତ କରି , ସେହି ପରିଣାମ ହୁଏ ନିଶ୍ଚୟ ପ୍ରତୀତ । ଶାନ୍ତିପଥ ଯହିଁ ହୁଏ ସର୍ବଦା ସଂକୀର୍ଣ୍ଣ ପଶୁ ସମ ଆଚରଣ ରାକ୍ଷସ ପ୍ରବୃତ୍ତି ପ୍ରଜାକୂଳେ କରେ ଯଦି ସଦା ଆଶଙ୍କିତ , ଧିକ ସେହି ରାଷ୍ଟ୍ର ଶତଧିକ ରାଷ୍ଟ୍ରାଧ୍ୟକ୍ଷ । ହେଜ ନିଜ ଧର୍ମ , ଧର୍ମେ ଧରିତ୍ରୀ ରକ୍ଷିତ ନିଜ କର୍ମବଳେ ରୁହ ତ୍ରିକାଳ ଜୀବିତ । ଯୁଦ୍ଧ ନୁହେଁ ସମାଧାନ କେବେ ସଭ୍ୟତାର ବିଧ୍ଵଂସକ ମାତ୍ର ।। **^**^**^**^**^**^**^**^ ✍️ ବାମନ ଚନ୍ଦ୍ର ଦୀକ୍ଷିତ


Rate this content
Log in

Similar oriya poem from Abstract