ତୁମ ପିତାମାତାଙ୍କୁ ଭୂମିଷ୍ଠ ପ୍ରଣାମ
ତୁମ ପିତାମାତାଙ୍କୁ ଭୂମିଷ୍ଠ ପ୍ରଣାମ
ଦେଶର ସୁରକ୍ଷା ପାଇଁ
ଯେତେ ବୀର ଜନ୍ମ
ତୁମ ପିତାମାତାଙ୍କୁ ମୋ
ଭୂମିଷ୍ଠ ପ୍ରଣାମ
ପୂର୍ବ ଜନ୍ମେ ସୁକର୍ମର
ପୂଣ୍ୟ ଫଳେ ଜାଣ
ଏ ଜନମେ ତୁମ୍ଭଙ୍କୁ ସେ
କୋଳରେ ଧାରଣ ।
ରଚିଛ ଅକ୍ଷୟ କୀର୍ତ୍ତି
ତାଙ୍କର ଆଶିଷେ
ଦେଶ ହିତେ ବଳୀଦାନ
ଦେଇ କେ ହରଷେ ।
ପରମବୀର ଚକର
ଉପାଧିକୁ ଲଭି
ନାମୋଜ୍ଜ୍ବଳ ନିଜ ସହ
ପିତାମାତାଙ୍କୁ ବି ।
କିଏ ଅରି ସହ ଲଢ଼ି
ବିଜୟର ଟୀକା
ପିନ୍ଧି ସାଜିଅଛ ଜଣେ
ଜଣେ ଦୀପଶିଖା ।
ଦେଶ ମାତୃକା ଆମର
ଛାତିକୁ ଫୁଲାଇ
କଥା କହେ ଆନ ପାଖେ
ଅସ୍ମିତା ଦେଖାଇ ।
ପ୍ରଣିପାତ ଘେନ ମୋର
ଆହେ ବୀରଗଣେ
ଯେଣୁ ସୁରକ୍ଷିତ ଦେଶ
ତୁମ୍ଭରି କାରଣେ ।
କୋଟିକୋଟି ଜନତାରେ
ମୁଁ ଏକ ଅବୋଧ
ତୁମ ଶୁଭ ମନାସଇ
ବିଭୁ ପଦ୍ମପାଦ ।।
