STORYMIRROR

Binodini Dash

Inspirational

4  

Binodini Dash

Inspirational

ଅଲଣା କଥା

ଅଲଣା କଥା

1 min
13



ମୂଲ୍ୟଯୁକ୍ତ କଥା କି କୋଟିଏ ଟଙ୍କା

ଫୁଟାଇ ପାରଇ ମୁଖରେ ହସ

ଅଲଣା କଥାରେ ଆଦର ନଥାଏ

ଭରି ନପାରଇ କା'ରେ ସନ୍ତୋଷ ।


ଲୁଣ ବିନା ତରକାରି ନଲାଗଇ

ଯେପରି ଟିକିଏ ହେଲେ ସୁଆଦ

ଅଲଣା କଥାର ନଥାଏ ଗୁରୁତ୍ତ୍ବ

ମୁଖରେ ବୋଳିବା ହାସ୍ୟାସ୍ପଦ ।


ମୂଲ୍ୟବାନ ମଧୁ ବିନୟ ବଚନ

ସିନା ଭରିଦିଏ କେତେ ଯେ ଖୁସି

ମୂଲ୍ୟହୀନ କଥା ତା' ଦେଇ ପାରେନି

ଯେତେ କହିଲେ ବି ଟିକିଏ ହସି ।


କହିବା ଲୋକ ଯା' ବକବକ ହୋଇ

ଆନଠି ବିରକ୍ତି ଭାବ ଜଗାଏ

ଶୁଣିବା ଲୋକଟା ଏକାନେ ପୂରାଇ

ସେ କାନରେ ବାହାର କରିଦିଏ ।


ଏପରି କଥାକୁ ଜୀବନରେ କେବେ

କେହି ବି ବିଶ୍ବାସ କରି ପାରେନି 

ଭରସାଠୁ ଥାଏ ଅନେକ ଦୂରରେ

ଆଶା ପୋଷଣେ ବି ରହଇ ତୁନି ।


ଏପରି ଚଚନ ସୃଷ୍ଟି କରିଥାଏ

ଆନର ମୁଖରେ ବିରକ୍ତି ଭାବ

ବୋଲିବା ଲୋକଟା ଗଣା ନିର୍ବୁଦ୍ଧିଆ

ବଦଳେ ନାହିଁ ବି ତାହା ସ୍ବଭାବ ।



Rate this content
Log in

Similar oriya poem from Inspirational