STORYMIRROR

Panchanan Jena

Abstract

4  

Panchanan Jena

Abstract

ମଧୁରତମ ଅଗ୍ରସର

ମଧୁରତମ ଅଗ୍ରସର

1 min
14


ଖୁବ୍ ପଢ ଖୁବ୍ ଲେଖ

ବୁଦ୍ଧିକୁ ପ୍ରଖର କର

ମନକୁ ସଂଯମ କର


ଖୁବ୍ ଚାଷ କର

ବିଦ୍ୟା ଅମଳ କର

ଶୃଙ୍ଖଳା ଆଉ ଶୃଙ୍ଖଳ 

ନୈତିକ ବଳ ଆଉ ଅର୍ଥବଳ

ସ୍ଵାର୍ଥକ୍ଷେତ୍ର ଆଉ କର୍ମକ୍ଷେତ୍ର 

ଭିତରେ ଥିବା ଛୋଟ ପାର୍ଥକ୍ୟକୁ

ଆୟତ୍ତ କରାୟତ୍ତ କର 


ପାଠକୁ ସିଢି କରି ଚଢିଯା

ମଣିଷ ରୁ ମାନବ ମହାମାନବ

ପଥରେ ଯାତ୍ରା କର

ବିଜ୍ଞାନୀ ସନ୍ଧାନୀ ଅନୁସନ୍ଧାନୀ 

ହେଉ ହେଉ

ସଂସ୍କାରୀ ସଂଗ୍ରାମୀ ଦୂରଦୃଷ୍ଟି ଅନୁଗାମୀ

ହେଇ ଯା


ଶିକ୍ଷାକୁ ଅସ୍ତ୍ର ଆୟୁଧ କର

ଜନକଲ୍ୟାଣକାରୀ

ସମାଜ ମଙ୍ଗଳକାରୀ

ପରିବେଶ ସୁରକ୍ଷା ଅଧିକାରୀ

ବିଶ୍ଵ ହିତେ ଜୀବନ ଦଣ୍ଡଧାରୀ

ଇତ୍ୟାଦି ଇତ୍ୟାଦି ସୁଗୁଣ ସବୁକୁ 

ଜାବୋଡି ଧର


ଲେଖୁ ଲେଖୁ ପଢିଯା

ପଢୁ ପଢୁ ବଢିଯା ଗଢିଯା ମାଡିଯା

ଜୀବେ ଦୟା ଦୁଃଖି ଧନେ ମାୟା

କରୁଣାରେ ଆଦ୍ର ହେଉ ତରୁବର ଛାୟା


ହୃଦୟ କଥା ଆସିଲେ

ଅଳ୍ପ ଟିକେ ମୁର୍ଖ ହେଇଜା

ଗଣ୍ଡ ଗାଉଁଲି ମଫସଲି ଭଳି

ବ୍ୟବହାର କର

କମ୍ ସେ କମ୍

ହିସାବ ନିକାସ୍‌ କର

ଜାଣିଶୁଣି ଠିକିଯା ହାରିଯା ବାଜି

ମିଛି ମିଛିକା କାଲା ହାଭଡ଼ା

ହେଇଜା ଅକାର୍ଜି

ଅନ୍ୟକୁ ହସେଇ ବାର କଳା କାରସାଦି

ଆୟତ୍ତ କରିନେ 


ଦେଖିବୁ !

ଫଳ ଟା ହେବ ମଧୁର

ଜୀବନ ଦୌଡିବ ମଧୁର ଦିଗ ଡେଇଁ

ମଧୁରତର ଦିଶାରେ

ମଧୁରତମ ପାଇଁ ଅଗ୍ରସର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract