ମଧୁରତମ ଅଗ୍ରସର
ମଧୁରତମ ଅଗ୍ରସର
ଖୁବ୍ ପଢ ଖୁବ୍ ଲେଖ
ବୁଦ୍ଧିକୁ ପ୍ରଖର କର
ମନକୁ ସଂଯମ କର
ଖୁବ୍ ଚାଷ କର
ବିଦ୍ୟା ଅମଳ କର
ଶୃଙ୍ଖଳା ଆଉ ଶୃଙ୍ଖଳ
ନୈତିକ ବଳ ଆଉ ଅର୍ଥବଳ
ସ୍ଵାର୍ଥକ୍ଷେତ୍ର ଆଉ କର୍ମକ୍ଷେତ୍ର
ଭିତରେ ଥିବା ଛୋଟ ପାର୍ଥକ୍ୟକୁ
ଆୟତ୍ତ କରାୟତ୍ତ କର
ପାଠକୁ ସିଢି କରି ଚଢିଯା
ମଣିଷ ରୁ ମାନବ ମହାମାନବ
ପଥରେ ଯାତ୍ରା କର
ବିଜ୍ଞାନୀ ସନ୍ଧାନୀ ଅନୁସନ୍ଧାନୀ
ହେଉ ହେଉ
ସଂସ୍କାରୀ ସଂଗ୍ରାମୀ ଦୂରଦୃଷ୍ଟି ଅନୁଗାମୀ
ହେଇ ଯା
ଶିକ୍ଷାକୁ ଅସ୍ତ୍ର ଆୟୁଧ କର
ଜନକଲ୍ୟାଣକାରୀ
ସମାଜ ମଙ୍ଗଳକାରୀ
ପରିବେଶ ସୁରକ୍ଷା ଅଧିକାରୀ
ବିଶ୍ଵ ହିତେ ଜୀବନ ଦଣ୍ଡଧାରୀ
ଇତ୍ୟାଦି ଇତ୍ୟାଦି ସୁଗୁଣ ସବୁକୁ
ଜାବୋଡି ଧର
ଲେଖୁ ଲେଖୁ ପଢିଯା
ପଢୁ ପଢୁ ବଢିଯା ଗଢିଯା ମାଡିଯା
ଜୀବେ ଦୟା ଦୁଃଖି ଧନେ ମାୟା
କରୁଣାରେ ଆଦ୍ର ହେଉ ତରୁବର ଛାୟା
ହୃଦୟ କଥା ଆସିଲେ
ଅଳ୍ପ ଟିକେ ମୁର୍ଖ ହେଇଜା
ଗଣ୍ଡ ଗାଉଁଲି ମଫସଲି ଭଳି
ବ୍ୟବହାର କର
କମ୍ ସେ କମ୍
ହିସାବ ନିକାସ୍ କର
ଜାଣିଶୁଣି ଠିକିଯା ହାରିଯା ବାଜି
ମିଛି ମିଛିକା କାଲା ହାଭଡ଼ା
ହେଇଜା ଅକାର୍ଜି
ଅନ୍ୟକୁ ହସେଇ ବାର କଳା କାରସାଦି
ଆୟତ୍ତ କରିନେ
ଦେଖିବୁ !
ଫଳ ଟା ହେବ ମଧୁର
ଜୀବନ ଦୌଡିବ ମଧୁର ଦିଗ ଡେଇଁ
ମଧୁରତର ଦିଶାରେ
ମଧୁରତମ ପାଇଁ ଅଗ୍ରସର
