STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶାସକ !

ଶାସକ !

1 min
7


ସନ୍ୟାସୀ ଶାସକ      ଆସୀନ ଦିଲ୍ଲୀରେ

        ନାହିଁ ତାର ସ୍ବାର୍ଥ ଭାବ

ଭାରତବର୍ଷ ଟି         ତାର ପରିବାର

        ଶାସନରେ ସମଭାବ !!


     ଦେଉଛି ରାଷ୍ଟ୍ରେ କୀର୍ତ୍ତି ଗୌରବ ।


ଛାଡ଼ି ଘର ଦ୍ବାର        ଧର୍ମ ଅବଲମ୍ବୀ

        ଜନସେବା ମୂଳମନ୍ତ୍ର, 

ଶାସନ କରୁଛି       ହେଲା ଦଶ ବର୍ଷ

        ଡିଜିଟାଲ କଲା ତନ୍ତ୍ର !!


       ଆଣିଛି ବିଜ୍ଞ ଅପୂର୍ବ ଯନ୍ତ୍ର ।


ନିର୍ବାଚନ ରାଷ୍ଟ୍ରେ         ଚୁନିବ ଶାସକ

      ଗୁଞ୍ଜେ ନାମ ସନ୍ୟାସୀର,

ପୁଣି ସେ ହୋଇବ       ଦେଶର ପ୍ରଧାନ

        କରିବ ଆତ୍ମନିର୍ଭର !!


    ତୃତୀୟ ସ୍ଥାନ ବିଶ୍ବ ଅର୍ଥର ।


କର୍ମର ବିଜୟ          ଅବଶ୍ୟ ହୋଇବ

       କର୍ମ ଯେ ତ୍ରେତୟା ପରି,

ରାମରାଜ୍ୟ ପରି         ଶାସନ ରାଷ୍ଟ୍ରର

      ବ୍ରହ୍ମଚାରୀ ହସ୍ତେ ଡୋରି !!

      

     ବିଶ୍ବରେ ଗୁଞ୍ଜେ ନାମ ତାଙ୍କରି ।


ପରିବାରବାଦ          ଘୁଞ୍ଚି ଯିବ ରାଷ୍ଟ୍ରେ

      ଦୂର ହେବ ଭ୍ରଷ୍ଟାଚାର,

କରନ୍ତି ପ୍ରଧାନ         ଅମୂଲ୍ୟ ଏ କାର୍ଯ୍ୟ

       ଜାତିବାଦ ହେବ ଦୂର !!


     ଅମୃତ କାଳ ଏବେ ଦେଶର ।


ଅସମ୍ଭବ କାର୍ଯ୍ୟ         କଲେଟି ସମ୍ପନ୍ନ

       ତିନିଶହ ସତୁରି ଦୂର,

ଭବ୍ୟ ଦିବ୍ୟ ହେଲା       ରାମାଙ୍କ ମନ୍ଦିର

       ଖୁସିର ହେଲା ସଞ୍ଚାର !!


      ପାଞ୍ଚଶହ ବର୍ଷ ସମସ୍ୟାର ।


ସତ୍ୟର ବିଜୟ         ହୋଇବ ଅବଶ୍ୟ

       ସନ୍ୟାସୀ ହେବ ପ୍ରଧାନ,

କରିବେ ପ୍ରଧାନ         ବିଶ୍ବ ଗୁରୁ ରାଷ୍ଟ୍ର

         ଦିଏ ଜନ ସମର୍ଥନ !!


       ବିଶ୍ବକୁ ତାର ଶାନ୍ତି ବଚନ ।



Rate this content
Log in

Similar oriya poem from Abstract