STORYMIRROR

DHARITRI SAHU

Abstract

3  

DHARITRI SAHU

Abstract

କ୍ଳୀବତା

କ୍ଳୀବତା

1 min
299


କୁତସ୍ତ୍ଵା କଶ୍ମଲମିଦଂ ଵିଷମେ ସମୁପସ୍ଥିତମ ଅନାର୍ୟଜୁଷ୍ଟମସ୍ଵର୍ଗ୍ୟମକୀର୍ତିକରମର୍ଜୁନ ।


କ୍ଲୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ଵୟ୍ୟୁପପଦ୍ୟତେ କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ଵୋତ୍ତିଷ୍ଠ ପରଂତପ ।


କ୍ଳୀବତା କହିଲେ ତୃତୀୟ ଲିଙ୍ଗକୁ

ବୁଝି ଥାଉ ସଦା ଆମେ,

ପ୍ରକୃତ କ୍ଳୀବତା ଲୁଚି ରହିଅଛି

ଆମ ଦେହ ମନ ପ୍ରାଣେ।


ସେଦିନ ସେ କୁରୁକ୍ଷେତ୍ର ମହାଯୁଦ୍ଧେ

ଅର୍ଜୁନ ଙ୍କୁ ଶିକ୍ଷା ଦେଇ,

ଶ୍ରୀକୃଷ୍ଣ ବି ଶେଷେ ଏ ଶଦ୍ଦ କହିଲେ

ଚେତନା ଭରିବା ପାଇଁ।


ଆଜି ଆମ ପ୍ରଭୁ ଦାରୁ ଯେ ହୋଇଣ

ନିରବ ଦର୍ଶକ ସାଜେ,

ତାଙ୍କ ଦିବ୍ୟ ସୃଷ୍ଟି ମନ୍ୟୁଷ୍ୟ ହୃଦୟ

ସଙ୍କିର୍ଣ୍ଣ,ସ୍ଵାର୍ଥେ ମଜିଛେ।


ନିଜ ସୁଖ ଛଡ଼ା ଜଗତ କଲ୍ୟାଣ

ଚିନ୍ତା ଆସେ ନାହିଁ ମନେ,

ପରପାଇଁ ଗାତ ଖୋଳୁଥାଏ ହେଲେ

ନିଜେପଶେ ମୂର୍ଖ ପଣେ।


ଯେତେମହାମାରି ଯେତେଦୂର୍ବୀପାକ

ଆସେ ତା କ୍ଳୀବତା ପାଇଁ,

ପୃଥିବୀ କୋଳରେ ଜନମ ନେଇଣ

ଅହଂ କାରୀ ଗର୍ବୀ ହୋଇ।


ନିଜ ବଡିଆମି ଦେଖାଏ ସଭିଙ୍କୁ

ପ୍ରକୃତିକୁ ନଷ୍ଟ କରି,

ଭୁଲିଯାଏ ତାର କର୍ତ୍ତବ୍ୟ ଓ କର୍ମ

ଠିକ୍ ଦୁର୍ଯ୍ୟୋଧନ ପରି।


ଆଖି ଉହାଡରେ ପରିବେଶ ପରେ

ନିର୍ଯାତନା ଦିଏ ନିତି,

କୁଢ଼ କୁଢ଼ ଭାସେ ନଦୀରେ ଅଳିଆ

ନିଃଶ୍ବାସ କୁ ଲାଗେ ଭୀତି।


କଳ କାରଖାନା କରି ବିକାଶର

ମିଛ ଡିଣ୍ଡିମକୁ ପିଟେ,

ଅର୍ଥପ୍ରଲୋଭନେ ମା ଗଳା କାଟି

ହୁଣ୍ଡି ଭରେ ନିତି ସଂଜେ।


ଆକାଶ ଫାଟିଲା ପାହାଡ଼ ଭାଙ୍ଗିଲା

ଉଛୁଳୁଛି ନଦୀ ଜଳ,

ଅନାର୍ଯ୍ୟ ପ୍ରକୃତି ଛାଡ଼ିଦେ ମଣିଷ

ଦୁର୍ବଳତା ପରିହର।


ଅମୃତ ସନ୍ତାନେ ଶୋଭା ପାଏ ନାହିଁ

କ୍ଳୀବତା ର ଆଭୁଷଣ।

ବୀରତ୍ବ ଦେଖାଇ ପରିଷ୍କାର କର

ତୋ ପରିବେଶ ର କୋଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract