STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସମ୍ବିଧାନ ଦିବସ

ସମ୍ବିଧାନ ଦିବସ

1 min
385


ତିଥି ଆଜ ଅଟେ ନମସ୍କାର ପାଇଁ

  ଦୂରଦର୍ଶୀ ମହାତ୍ମାଙ୍କ,

ସ୍ବାଧୀନତା ପାଇଁ ବଳିଦାନ ତାଙ୍କ

  ସ୍ମରଣ ହେଉଟି ତାଙ୍କ।


୨୬ ନଭେମ୍ବର ସ୍ମରଣ ଦିବସ

  ଲୋକତନ୍ତ୍ର ସମ୍ବିଧାନ,

କର୍ତ୍ତବ୍ୟ ଆମର ଲୋକତନ୍ତ୍ର ପାଇଁ

   ଜନସେବା ସମ୍ବିଧାନ।


ସ୍ବାଧୀନତା ଦେଲେ ସମ୍ବିଧାନ ଦେଲେ

  ତାହାରି ଦିବସ ଆଜି,

ଅମ୍ବେଦକରଙ୍କୁ ପୁଷ୍ପାଞ୍ଜଳି ପୁଣି

  ରାଜେନ୍ଦ୍ର ବାବୁଙ୍କୁ ଆଜି।


ରାଷ୍ଟ୍ରପିତା ସେହୁ ମହାତ୍ମାଗାନ୍ଧୀଙ୍କୁ

  ଭକ୍ତିପୂର୍ଣ୍ଣ ପୁଷ୍ପାଞ୍ଜଳି,

ମହାନାୟକ ସେ ଥିଲେଟି ରାଷ୍ଟ୍ରର

  ଗୌରବର ପୁଷ୍ପାଞ୍ଜଳି।


ସହସ୍ର ବର୍ଷର ପରମ୍ପରା ଆମ

  ସମ୍ବିଧାନେ ରହିଅଛି

ଅଖଣ୍ଡ ଧାରାରେ ଆଧୁନିକତାର

  ସଂଦେଶ ଜନେ ଦେଉଛି।


କର୍ତ୍ତବ୍ୟ ଆମର ଏକତ୍ରିତ ହୋଇ

  ସ୍ମରଣ କରିବା ଦିନ,

କର୍ତ୍ତବ୍ୟ ପଥରେ ପଥଗାମୀ ହୋଇ

  ରାଷ୍ଟ୍ର ନିର୍ମାଣର ଦିନ।


ନେତା ହେଉ ଅବା ଜନତା ଦେଶର

  କର୍ତ୍ତବ୍ୟ ହିଁ ସର୍ବୋପରି

ଶକ୍ତିଶାଳୀ ଦେଶ ଗଢିବା କର୍ତ୍ତବ୍ୟ

  ଜନସେବା ସର୍ବୋପରି।


ସ୍ମରଣ ଦିବସ ସମ୍ବିଧାନ ଅଟେ

  ଜନ ପାଇଁ ସମ୍ବିଧାନ

ଏକହିଁ ଶୁତ୍ରରେ ବାନ୍ଧି ଦେଇ ଅଛି

  ସମ୍ପୂର୍ଣ୍ଣ ରାଷ୍ଟ୍ରର ମନ।


ରଖିବା ଗୌରବ କର୍ତ୍ତବ୍ୟ ଆମର

  କର୍ତ୍ତବ୍ୟ ଟି ଜନହୀତେ

ଦେଶର ନିର୍ମାଣେ ମନପ୍ରାଣ ଦେଇ

  ଅର୍ପଣଟି ରାଷ୍ଟ୍ର ହୀତେ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ବିଚ୍ଛନ୍ନାଚଳରୁ ଆମ,

ପବିତ୍ର ଦିବସ ସମ୍ବିଧାନ ଆମ

  ରହୁଟି ବିଶ୍ୱାସ ଆମ।


ସ୍ମରଣ କରିବା ମହାପୁରୁଷଙ୍କୁ

  ଆଜି ପବିତ୍ର ଦିନେ

କର୍ତ୍ତବ୍ୟ ପାଳନ ହେଉ ରାଷ୍ଟ୍ର ହୀତେ 

  ନରହୁ ଦୁବିଧା ମନେ।




Rate this content
Log in

Similar oriya poem from Abstract