ବାଃ ବାଃ ରେ ଦୁନିଆ
ବାଃ ବାଃ ରେ ଦୁନିଆ
ସେଇ ଘର ଦ୍ଵାର ସେଇତ ବଖରା
ସେଇ ଝରକା କବାଟ ,
ବଦଳି ଯାଇଛି ସମ୍ପର୍କର ଛିଟା
ଲାଗୁଛି ଭାରି ଆକଟ ।
ଭାବ ବିହ୍ଵଳିତ ହୋଇ ଦେଖୁଥିଲି
ସବୁ ଆପଣାର ମଣି ,
ସମ୍ପର୍କଟା କିନ୍ତୁ କ୍ଷୀଣ ଲାଗୁଥିଲା
ନିରବ ଥିଲି ମୁଁ ଜାଣି ।
ବାଃ ବାଃ ରେ ଦୁନିଆ ସବୁତ ସ୍ୱାର୍ଥରେ
ଘରଠୁଁ ନେଇ ବାହାର ,
ଆପଣାର ବୋଲି ଯାହା ଭାବିଥିଲି
କେବେଠୁଁ ହୋଇଛି ପର ।
ଅର୍ଥର ଆଗରେ ଶବ୍ଦ ଫିକା ପଡ଼େ
ପାଣିରେ ସର ପକେଇ ,
ଖୁସିର ଭାବଟା ଶାନ୍ତି ଅଭାବରେ
ବ୍ୟର୍ଥ ଭଳିଆ ଲାଗଇ ।
ଭଗ୍ନ ହୃଦୟର ଦୀର୍ଘ ନିଃଶ୍ବାସଟା
ରହି ରହିକି ବାହାରେ ,
ଚାଲିବି କା' ସାଥେ ରହିବି କା ସଙ୍ଗେ
ଲକ୍ଷ୍ୟହୀନ ପଥ ପରେ ।
ସ୍ୱପ୍ନହୀନ ପ୍ରାଣ ବିକଳ ହୋଇଣ
ସଂସାର ଜଞ୍ଜାଳ ଭାରେ ,
ସ୍ଵାର୍ଥପର ଏହି ଦୁନିଆ ଭିତରେ
ନିତି ବଞ୍ଚି ନିତି ମରେ ।