STORYMIRROR

Jagannath Barik

Abstract

3  

Jagannath Barik

Abstract

ସ୍ୱାଧୀନତା

ସ୍ୱାଧୀନତା

1 min
389

ସ୍ୱାଧୀନତା ସ୍ୱାଧୀନତା ଠାରୁ ଆନନ୍ଦ କିଛି ସଂସାରେ ନାହିଁ

ବନ୍ଧନରେ ମନ ବିଷର୍ଣ୍ଣ ମୁକ୍ତି ଆନନ୍ଦଦାୟୀ |

ଖୁଣ୍ଟରୁ ଫିଟିଲେ ଗୋରୁଏ ଲଭିଥାନ୍ତି ଆନନ୍ଦ

ପଞ୍ଜୁରୀ ଭିତରୁ ଖସିଲେ ପକ୍ଷୀ ପରମାନନ୍ଦ |

ବିଦ୍ୟାଳୟ ଛୁଟି ହୋଇଲେ ପିଲେ ହରସ ମନ

ଖେଳପରେ ହୋନ୍ତି ବିରସ ବେଳ ହେଲେ ଟ୍ୟୁସନ |

ସ୍ୱାଧୀନେ ମଣିଷ ଜନମ କିନ୍ତୁ ବନ୍ଧା ଜଞ୍ଜାଳେ

ପରିବାରେ ହୁଏ ବନ୍ଧିତ ସମାଜର ଶୃଙ୍ଖଳେ |

ପରାଧୀନ ହେଲେ ଜୀବନ ହୋଇଯାଏ ଅସାର

ଦେଶ ଜାତି ପରାଧୀନରେ ଦୁର୍ଦ୍ଦଶାଟି ଅପାର |

ଆମ ଏ ଭାରତ ବରଷ ଥିଲା ବ୍ରିଟିଶାଧୀନ

ଦୁଇଶହ ବର୍ଷ ଆମକୁ କରିଲେ ସେ ଶାସନ |

ବୋହି ଧନ ଆମ ଦେଶରୁ ଖୋଳ କଲେ ସର୍ବସ୍ୱ 

ବେଠି ବେଗାରୀରେ ଖଟାଇ ଶୋଷି କରିଲେ ନିସ୍ବ |

ବନ୍ଧୁକ ଚାବୁକ ପ୍ରହାରି କରୁଥିଲେ ଶାସନ

ସବୁ ଅତ୍ୟାଚାର ନୀରବେ କରୁଥିଲେ ସହନ |

ଗାନ୍ଧିଜୀ ନେତାଜୀ ଡାକରେ କମ୍ପେ ଭାରତ ଭୂଇଁ

ଆକୁମାରୀ ହିମାଚଳରେ ବହେ ବିପ୍ଳବ ନଈ |

ଜାତୀୟତା ବାଦୀ କବିଏ ଗୀତେ ଦେଲେ ତତାଇ

କଲମ ସାଜିଲା ବଲମ ଆନ୍ଦୋଳନ ବଢ଼ାଇ |

ବାଧ୍ୟ ହୋଇ ଗୋରା ଛାଡ଼ିଲେ ଦେଶ ହେଲା ସ୍ୱାଧୀନ

ଗଣତନ୍ତ୍ର ଦେଶେ ଚାଲିଲା ଆସିଗଲା ସୁଦିନ |

ତ୍ରିରଙ୍ଗା ପତାକା ଉଡିଲା ମୁକ୍ତ ହେଲା ଭାରତ 

ସ୍ୱାଧୀନତା ମଣି ରକ୍ଷଣେ ସର୍ବେ ନେବା ଶପଥ ||



Rate this content
Log in

Similar oriya poem from Abstract