Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ମକର

ମକର

1 min
261



ବାର ମାସରେ ସେ ବାରଟି ସଂକ୍ରାନ୍ତି 

    ଆଗ ପଛ ଆସୁଥାଏ

ମକର ସଂକ୍ରାନ୍ତି ସବୁଠୁ ନିଆରା

   ମନକୁ ସେ ମୋହିନିଏ ।

କୃଷିଭିତ୍ତିକ ତ ଅଟେ ଏ ପରବ

     ନୂଆ ଚାଉଳରେ ହୁଏ

ମକର ମେଳାରେ ଗୁଡି ଉଡାଯାଏ 

    ତାକୁ ବା ଭୁଲଇ କିଏ ?

ମକର ଚାଉଳେ ଦେବୀଙ୍କ ପାଖରେ

     ପ୍ରଥମେ ଭୋଗ ଲାଗଇ

କେଡେ ସ୍ବାଦ ତାର ନୂଆ ଚାଉଳରେ

    ରାଶି ଗୁଡ ପଡିଥାଇ ।

ମକର ଚାଉଳେ ହସ ଖୁସିରେ ତ

    ମକର ବସନ୍ତି କେତେ

ସମ୍ପର୍କର ଡୋରେ ଛନ୍ଦି ହୋଇ ସିଏ

    ସମୟ ବିତାନ୍ତି ସତେ ।

ମକର ସଂକ୍ରାନ୍ତି ଦିନଟି ଅଟଇ

     ସୂର୍ଯ୍ୟଙ୍କ ଚଳନ ଗତି 

ଉତ୍ତରାୟଣକୁ ଗମନ କରନ୍ତି 

    ସ୍ୱାଗତ କରେ ଧରିତ୍ରୀ  ।

ଯୋଗୀ ଋଷିମାନେ ସିଦ୍ଧିପ୍ରାପ୍ତ ପାଇଁ 

     ଅପେକ୍ଷା କରିଣ ଥାନ୍ତି 

ଉତ୍ତରାୟଣକୁ ଗତି କଲା ବେଳେ

     ଜପ ତପ ସେ କରନ୍ତି ।

ମକରଠୁ ଦିନ ବକର ହୁଅଇ

    ରାତି ଛୋଟ ହୋଇଯାଏ

ଯେତେ ଶୁଭ କାମ କରାଯାଏ ସବୁ

    ମକରଠୁ ହୋଇଥାଏ ।

ଅସ୍ତ୍ର ତ୍ୟାଗ କରି ପିତାମହ ଭୀଷ୍ମ 

    ଶର ଶଯ୍ୟେ ଶୋଇଗଲେ

ସୂର୍ଯ୍ୟ ଉତ୍ତରାୟଣ ଗତି କଲେ ଯେବେ

    ପ୍ରାଣତ୍ୟାଗ ସେ କରିଲେ ।

ଉତ୍ତରାୟଣକୁ ଶୁଭ ଦିନ ବୋଲି

    ଲୋକେ ବିବେଚିତ ହୁଏ

ସୂର୍ଯ୍ୟଙ୍କ ତୀର୍ଯ୍ୟକ୍ କିରଣ ଧରାକୁ

   କି ସୁନ୍ଦର ଛୁଇଁଯାଏ ।

ମକର ସଂକ୍ରାନ୍ତି ପାଳନ କରନ୍ତି 

    ରାଶି ହଳଦୀ ଲଗାନ୍ତି 

ପୂର୍ବ ପରମ୍ପରା ସଂସ୍କୃତି ଆମର

   ସଦା ବଜାୟ ରଖନ୍ତି । 

ଛୋଟ ଠାରୁ ବଡ ବୁଢା ଠାରୁ ବୁଢୀ

   ମକର ମେଳା ଦେଖନ୍ତି

ଗୀତ ନାଚ ଖେଳକୁଦ ମଉଜରେ 

    ସମୟ ବିତାଇ ଦ୍ୟନ୍ତି ।

ନୀଳ ଆକାଶରେ ରଙ୍ଗ ବେରଙ୍ଗର 

    କେତେ ଗୁଡି ଉଡୁଥାଏ 

ନଟେଇ ସୂତାରେ ଲଢେଇ କରନ୍ତି 

    କିଏ ଛିଣ୍ଡି ପଡିଯାଏ ।

ନୀଳ ଆକାଶଟି ଦିଶଇ ସୁନ୍ଦର 

    କେତେ ଲାଗୁଥାଏ ଖୁସି

ଗୁଡି ଦେଖା ଯାଏ ନୀଳ ସାଗରରେ

   ଜାହାଜ କି ଅଛି ଭାସି ।

ଭୁଲିତ ହୁଏନା ମକର ପରବ

     ମକର ମେଳାର ଗାଥା 

ସାରା ଓଡିଶାର କଳା ଓ ସଂସ୍କୃତି 

    ଆମ ପରମ୍ପରା ପ୍ରଥା ।


Rate this content
Log in

Similar oriya poem from Abstract