STORYMIRROR

Dr. Shiba Prasad Tripathy

Abstract Others

4  

Dr. Shiba Prasad Tripathy

Abstract Others

ସ୍ମୃତି ଏକ ଅନୁଭୂତି

ସ୍ମୃତି ଏକ ଅନୁଭୂତି

1 min
313

ସ୍ମୃତି ଏକ ଅନୁଭୂତି

ମୋ' ପିଲା ବେଳର

ଝରଣାର ଜଳ ପରି

ଚଳ ଓ ଚଞ୍ଚଳ

କେତେ ସ୍ବଚ୍ଛ କେତେ ଯେ ନିର୍ମଳ

ମାଁ'ର କୋଳ ଆଉ

ସେ ଦିନର ପଖାଳ ।

ଭୂଲି କି ହୁଏ !

ଖୋଲା ମନ ଖୋଲା ଆକାଶର ତଳ

ଅଳସ ଭାଙ୍ଗୁଥିବା ଅଳସୀର

ଅଝଟ ବୟସର ବେଳ ,

ସବୁ ସ୍ମୃତି ଏବେ ଜଳ ଜଳ

ଆଖି ଛଳ /ସପ୍ତମ ଋତୁର ସକାଳ ।

ବୟସର ଅପରାହ୍ନରେ

ଖୋଜୁଛି ଆଜି ମୋ' ବଳୟ ଭିତରେ

ସେ ପୁରୁଣା ସକାଳ

ଫେରନ୍ତା କି ସତେ ଆହାଃ !

ମୋ' ପିଲା ଦିନର ପୂର୍ବ ଦିନ ମାନ

ରାଜାଭିଷେକ ରାଜ ସିଂହାସନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract