STORYMIRROR

Dr. Shiba Prasad Tripathy

Others

3  

Dr. Shiba Prasad Tripathy

Others

ବର୍ଷା : ଡାହାମିଛ ତୁମ ଋତୁରେ

ବର୍ଷା : ଡାହାମିଛ ତୁମ ଋତୁରେ

1 min
499

ତୁମେ ଆସ କଡ ଲେଉଟାଇ

ଥପ୍ ଥପ୍ ଆଖିର ଲୁହରେ

ମୋ' ଦେହରେ ଭିତରେ ବାହାରେ

ମାଳ ମାଳ ମେଘ ଆସ୍ତରଣର

ଡାହାମିଛ ତୁମ ଋତୁରେ ।।

ତୁମେ ଆସ ଅଲୋଡା ପଣରେ

ଚାହିଁ ବସିଥିବା ଲଂଗଳର ମୂନ

ହିଡ ଉପରେ,

କେତେ ଥୟରେ-ଲୟରେ

ଭୋକରେ- ଭୟରେ

ଫଟା କପାଳର ଆଁ ଭିତରେ ।।

କେତେଥର ପଚାରିଛି ତୁମକୁ

ତୁମ ଆସିବା ବେଳକୁ

ତୁମେ ଠକି ଥିବା ମୁହୂର୍ତ୍ତ ମାନଙ୍କୁ,

ତୁମେ କିନ୍ତୁ ନିରୁତ୍ତର ଥାଅ

ପ୍ରତିଥର ପରି ଏଥର ବି

ଦେବାରେ ମୋ' ପ୍ରଶ୍ନର ଉତ୍ତର ।

ବାଆଁରେଇ ଦିଅ ଯାହା ଖାଲି

କଥାରେ କଥାରେ

ଆଖି ମିଟିକା ମାରି

ଆକାଶର ଆଖିରେ

ଜଳ ଜଳ ଦିଶୁଥିବା

ଆଁ ଭିତରେ ଖାଁ-ଖାଁ

ମୋ ଭୂଗୋଳ ପୋଥିର ଗାଁ

ଧାରା ଶ୍ରାବଣରେ

ତୁମେ ଆସିବା ବେଳରେ

ବର୍ଷା ! ଡାହାମିଛ ତୁମ ଋତୁରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍