STORYMIRROR

Dr. Shiba Prasad Tripathy

Inspirational

5.0  

Dr. Shiba Prasad Tripathy

Inspirational

କ୍ରମଶଃ ଆଲୋକ ଆଡକୁ ଏବେ

କ୍ରମଶଃ ଆଲୋକ ଆଡକୁ ଏବେ

1 min
23.4K


ସଚିତ୍ର ଅଂଧାର !

ସନ୍ଦିଗ୍ଧ କୋଠରୀ ଭିତରୁ ଶୁଭୁଥିଲା

କାହାର ଏକ କରୁଣ କଣ୍ଠ ସ୍ବର

ଯେଉଁଠି, କୁକୁର ମାନଙ୍କ ଭେରେଣ୍ଡା ରଡିରେ

ବ୍ୟତିବ୍ୟସ୍ତ ହେଉଥିଲା

ଏକ ସରଳ ନିଷ୍କପଟ ଜୀବନ ।

ପାଖ ଖୁଣ୍ଟ ବତୀଟି ବି'

ଲିଭି ଲିଭି ଆସୁଥିଲା ଏତିକି ବେଳକୁ

ପେଚା ମାନଙ୍କ ଥଣ୍ଟରେ

ଆଉ ବାଦୁଡି ଗୁଡିକ ବି

ଗୋଟି ଗୋଟି କରି ଓହ୍ଲାଇ ଆସୁଥିଲେ

ଗାଁ' ମୁଣ୍ଡ ବର ଓହଳରେ ।।

ସବୁକିଛି ଠିକ୍-ଠାକ୍ ଥିଲା

କିଛି ବଦଳି ନଥିଲା ,

ଛାଇ ସଂଗେ ଆଲୁଅର ଲୁଚକାଳି

ଖେଳ ବେଶ୍ ଜମିଥିଲା

ପୂର୍ବାପର ପ୍ରସଙ୍ଗ ସହ ଆଉକିଛି

ଯାହା ଯୋଡି ହେଇଗଲା-

ଜୀବନ- ଜିଜ୍ଞାସା

ଆଶା- ଅଭିଳାଷା

ଓଠ ତଳେ ବହୁଥିବା

ହୃଦୟର ଭାଷା

ଆଉ ଯେତେ ସବୁ -

କଲମ ମୂନରେ ଆଙ୍କିଥିବା

ଜିଜୀବିଷା ଜୀବନର

ନୀଳ ପରିଭାଷା

ମୁଠାଏ ଅଂଧାର ଭିତରେ

ନିଜେ-ନିଜଠାରୁ ମୁକୁଳିବାର

ଏକ ସମ୍ଭାବନା ବା' ଦିଶା ।

ସବୁ ହୁଏ ତୁମ ଆଉ ମିଛ

ଜୀବନ- ଯୌବନ

କ୍ଷୀଣ-ଉଦ୍ଦୀପନ

କାହା ବୀଜ ମନ୍ତ୍ରରେ

ଗୁଂଜରିତ ହେଲା ତନୁମନ

ଅବଶିଷ୍ଟ ଯେତେକ

ଅଲୋଡା ସପନ

ମିଛ-ମାୟା- ମୋହଗ୍ରସ୍ଥ ରୁଗ୍ଣ ମନ

ଧର୍ମଂ- ଶରଣଂ- ଗଛାମୀ ସୁରରେ

ଆଛାଦିତ ହେଲା

ଆଦି ଓ ଅନନ୍ତ

ଜୀବନ- ନିର୍ଯ୍ୟାସ

ସଚରାଚର ଜୀବନ ପ୍ରବାହ

ଏବେ କ୍ରମଶଃ

ଅଂଧାରରୁ ଆଲୋକ ଆଡକୁ ଧାବମାନ

ସମୟର ଗତି ପରିବର୍ତ୍ତନ !!!

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


Rate this content
Log in

Similar oriya poem from Inspirational