STORYMIRROR

Dr. Shiba Prasad Tripathy

Others

3  

Dr. Shiba Prasad Tripathy

Others

ତିନିଟି ସ୍କେଚ

ତିନିଟି ସ୍କେଚ

1 min
207

(1)

ଯେବେ ଆକାଶକୁ ଦେଖିଲି

ନଈ ପଛରୁ ଡାକିଲା,

ବାଙ୍କମୁହାଁ ହେଲାବେଳେ

ସ୍ମୃତିର ପଠାରେ

ମୁହୂର୍ତ୍ତର ଫଳକ ହସୁଥିଲା ....


(2)

ତୁମେ ଆଉ ଲେଖନାହିଁ ଚିଠି

ନାଁ-ଗାଁ ଲେଖାଥିବା

ଭୂଲ୍ ଠିକଣାରେ,

ମୁଁ ତ ଜଳୁଛି ଏବେ

ତୀବ୍ର ଦରଜରେ

ଆଦ୍ଯରୁ ପ୍ରାନ୍ତ ଯାଏ

ଧାରା ଶ୍ରାବଣରେ .....


(3)

ତୁମ ଓଠ ଧାରେ ଧାରେ

ମୋ' ଶବ୍ଦର ନଈ

ଜାଣିନି, ଆସନ୍ତା କାଲିକୁ

କାତ ପାଇବ କି ନାହିଁ ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍