STORYMIRROR

Dr. Shiba Prasad Tripathy

Fantasy Others

5.0  

Dr. Shiba Prasad Tripathy

Fantasy Others

ପ୍ରିୟ ପକ୍ଷୀ

ପ୍ରିୟ ପକ୍ଷୀ

1 min
18.3K


ଏଇ ଦେଖ୍ ଏଇ ଦେଖ୍

ପ୍ରିୟ ପକ୍ଷୀ ମୋର !

କେମିତି କାଟୁଛି ଦିନ ମୁଁ ' ଏଇଠି

ଯେଉଁଠି ବେଦୁଇନ ପବନ ବହେ

ସାରା ଦିନ ସାରା ରାତି

ଆଂଜୁଳା ଆଂଜୁଳା ଲୁହଭର୍ତ୍ତି ।।

ଏବେ ଜଖମ ହୁଏ ମୁଁ ' ଏଇଠି

ପ୍ରିୟ ପକ୍ଷୀ ମୋର !

ଯେଉଁଦିନ ଠାରୁ

ଅଂଧାରକୁ ଆଦରି ନେଲି

ଦୁଃଖର ପିଠିରେ ଶୋଇ

ଗଦା ଗଦା ବାଉଁଶ ଫୁଲ

ଦେହ ସାରା ଫୁଟାଇଲି

ସେହି ଦିନ ଠାରୁ

ଯାଯାବର ହେଲି ଯେ ହେଲି

ସୁଖ ସଂସାରକୁ କେବେ

ବାହୁଡି ନୋହିଲି

ପ୍ରିୟ ପକ୍ଷୀ ମୋର !

ବାଟ ଭାଙ୍ଗିବା ଆଗରୁ

ସୂର୍ଯ୍ୟସ୍ନାତ କରି

ସେଦିନ ଯାହା ଫେରିଥିଲି

ଅମଡା ବାଟ

ବାଟ ହୁଡିଗଲି

କାହିଁ କେତେ ଦୂର

ବନସ୍ତେ ରହିଲି !!


ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)

shibatripathy262@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy