Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ମୋର ମୃତ୍ୟୁ ପରେ

ମୋର ମୃତ୍ୟୁ ପରେ

1 min
562



ମୋ ମୃତ୍ୟୁର ବାରଦିନ ପରେ

ଭାବିଛକି ବଦଳିବ ପୃଥିବୀର ରୂପ

ଭାବିଛକି ସୂର୍ଯ୍ୟ ଚନ୍ଦ୍ର ଆକାଶରେ

ହେବେନାହିଁ ଆଉ ଆତଯାତ I

ତାରା ସବୁ ଫୁଲ ହୋଇ 

ଫୁଟିବେନି ଆକାଶରେ ଆଉ

ପବନ ବି ବହିବନି 

ଛୁଇଁବନି ଦେହ କାର

ସକାଳୁ ସକାଳୁ ଘର ମଥାନରେ

କାଆକାଆ ହୋଇ ଆଉ 

ରାବିବେନି କାଉ I

ପ୍ରୀତିର ମହଲ କଣ ଭୁଷୁଡି ପଡିବ

ଦେହଲୋଭି ମଣିଷ କି 

ଆଖିବୁଜି ଅନ୍ଧ ହୋଇଯିବ 

ଛନନା ଓ କପଟର ହୋଇଯିବ ଅନ୍ତ

ମଣିଷ ଦେହୁ ହଜିବ ପ୍ରୀତିର ପୁଲକ I

ମୋ ମୃତ୍ୟୁର ବାରଦିନ ପରେ

କିଛି ବି ବଦଳିବନି ଏଇ ଧରାପରେ

ପୃଥିବୀର ଗତିପଥ ହେବନାହିଁ ସ୍ଥିର

ହୁଏତ କେ ଝୁରିହେବ ମୋତେ

ଆଖିରୁ ତା ବୋହିପାରେ

ଲବଣାକ୍ତ ଲୁହ ଦୁଇଧାର I

       


Rate this content
Log in

Similar oriya poem from Fantasy