STORYMIRROR

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୨୯

ବେସୁରା ଗୀତି-୭୨୯

1 min
13.7K


ବର୍ଷା ତୁମେ ଅସରନ୍ତି ପ୍ରୀତିର ସଂଳାପ

ବର୍ଷା ତୁମେ ରକ୍ତ ଭିଜା ହୃଦୟର କ୍ଷତ

ବର୍ଷା ତୁମେ ଜୀବନର ଖରସ୍ରୋତା ନଈ

ବର୍ଷା ତୁମେ ଝଙ୍କା ଗଛ ସୁଶୀତଳ ଛାଇ ॥

ବର୍ଷା ତୁମେ କେବେ ଆସ

ହୃଦୟର ଦରଜାକୁ ଖୋଲି

କେବେଳେ ନିର୍ଦ୍ଦୟ ହୋଇ

କାହା ରକ୍ତେ ଖେଳ ତୁମେ ହୋଲି ॥

ବର୍ଷା ତୁମେ ବ୍ୟଥାତୁର ଆକାଶର ଛାଇ

କେବେଳେ ବରଷି ଯାଅ

ପୁଣି କେବେ କର ନାହିଁ ନାହିଁ ॥

କିମ୍ପାଇ ଆସ ଯେ ତୁମେ

ହୃଦୟର ରକ୍ତ ଅଗଣାରେ

ମହ ମହ ବାସି ଯାଅ

ବିଜୁଳିର ସ୍ମିତ ହସ ଧାରେ ॥

ତୁମକୁ ପତିକ୍ଷା କରେ ଏ ସାରା ଜଗତ

ତୁମେ କିନ୍ତୁ ଭର ନାହିଁ ହୃଦୟର କ୍ଷତ

ତଥାପି ବରଷା ତୁମେ ଆଶାର ଆଲୋକ

ଦେଖାଅ ଥରୁଟେ ଆଜି

ଲିଭିଯାଉ ହୃଦୟର କ୍ଷତ ॥


Rate this content
Log in

Similar oriya poem from Fantasy