STORYMIRROR

Nayana Kumar Mohanta

Fantasy

4  

Nayana Kumar Mohanta

Fantasy

ନିର୍ବାସିତା ଜହ୍ନ

ନିର୍ବାସିତା ଜହ୍ନ

1 min
475


ଏଇ ଯେ

ଖୋଲା ଆକାଶ ଛାତ,

ସୂର୍ଯ ଚନ୍ଦ୍ର

ଯହିଁ ପ୍ରତିଭାତ,

ତା ତଳକୁ ମାଟି

ମାଟିରେ

ମାଟିର ମଣିଷ,

ଫଳାଏ ତହିଁ

ଶୃଷ୍ଟିର ଫସଲ ।


ଆଦି କାଳୁ,

ପୁଂଗୁଳା ପିଠିରେ

ନିଦାଘ ଚୁମ୍ବନ,

ଦାରୁଣ ଶୀତରେ

ପ୍ରୀୟା ଆଲିଙ୍ଗନ,

ଜହ୍ନ ଢାଳେ

ସୂ ଶୀତଳ ଜୋଛନା,

ଗାଧୂଅଇ ଅଳସୀ ତମସା,

ଧାନ ବିଲେ ଚବ ଚବ

କାଚକେନ୍ଦୁ ପାଣି,   

ମୁହଁ ଦେଖେ

ଲାଜକୁଳୀ ଜହ୍ନ ।


ଶିଶିର ସ୍ନାତା

ସଜଫୁଟା ଫୁଲ,

ସଦ୍ୟ ସକାଳରେ

ଭୁରୁ ଭୁରୁ ସୂରଭିତା

ନବ ଯ଼ଉବନା

କେଶ ପାଶେ

ମଲୀର ଗଜରା,

ଆମୋଦିତ

ହୃଦୟ ଅଗଣା ।


ବସଂତ ଆଗମେ,

ସଂଭାଷଣେ

ସଜନାର ଶାଖୁଁ,

ଝରିପଡେ କୁଢ କୁଢ ଫୁଲ,

ଆଚ୍ଛାଦିତ ମାଟିର ଅଗଣା,

ବିଳସ଼ଇ ନବ ବଧୂ ବସି

କେଶ ପ୍ରସାଧନେ

ଫୁଲର ଆସନ,

ଲାଗେ ମଧୂ ଶେଜ,

କୁଆଁରୀ ବାଳିକା,

ନଣନ୍ଦ ଚତୁରୀ,

ଆଣ୍ଟେ ଟାଣି

ବାଂଧେ ବେଣୀ ଗୋଟି,

ସଜାଏ ବେଣୀ ମୂଳରେ

ମଲୀର ଗଜରା,

ଅବଗୁଂଠନା ବତୀ,

କୌତୁକରେ ମାତି ।


କଁଅଳା ସକାଳ ଆଉ

ରକ୍ତିମ ସାୟାନ୍ନ,

ନିର୍ବାସିତା ପ୍ରାଚୀ ଓ ଅର୍ବାଚୀ,

କେଉଁ ପାର୍ଶ ଭାଗେ,

ଚେତନା ହୀନ

ଦିଶା ହୀନ

ମଣିଷ ଜୀବନ,

ନିମ୍ନ ମୁଖୀ

କେଉଁ ରସାତଳେ,

ମୋବାଇଲ ଅଂଧାର ଗହ୍ୱରେ

 ଏଇ

ହାଉ ଯାଉ ଗହଳି ଭିତରେ,

ବନ୍ଧୁତା ଖୋଜ଼ଇ,

ମାୟା ମରିଚିକା ପଛେ,

ଅସୂର୍ଯ ଜଠରେ

କିଅବା ଧାବ଼ଇ

ବୁଲା କୁକୁରଟି,

ଜୀଭ ହାଲୁ ହାଲୁ,

ଅସୁର ଗ୍ରାସେ ଭୂଞ଼ଇ

 ବିଚଳିତେ,

ଯେବେ ଯାହା ପାଏ

ସ୍ୱାଦ ହୀନ, ଗନ୍ଧ ହୀନ

ରୂପ ହୀନ ଏ ପୃଥିବୀ,

ସକାଳରୁ ସଞ,

ବିବର୍ନ ପାଂଡୁର,

ଧୂଳି ଧୂଆଁ ରୁନ୍ଧି ହୋଇ,

ଖୋଜିହୁଏ

ପବନ କାହିଁ?

ପବନ କାହିଁ??


ଯକ୍ଷ୍ମା ରୋଗୀ

ହୋଇ ଋତୁମାନେ,

କୋଇଲୀଟା ନିର୍ବାସିତା

ପ୍ରବାଳ ଦୀପରେ

ଗୋରଡା ପଥର ପରି

ସମୟ ସ୍ରତରେ,

ଆଜିଯାଏ ବଞ୍ଚିଥିଲା,

   କାହିଁପାଇଁ

      ସତେ ଏ ମଣିଷ ?

                ନୟନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy