STORYMIRROR

Priyaranjan Biswal

Abstract Tragedy Fantasy

4  

Priyaranjan Biswal

Abstract Tragedy Fantasy

ସାମାଜିକ ନ୍ଯାୟ

ସାମାଜିକ ନ୍ଯାୟ

1 min
80


ଜୀବନରେ ଭରିଛି ମୋର ଦୁଃଖ ହଁ ଦୁଃଖ।

ଛୁଆ ଦିନୁ ମୁଁ ପାଇନି ଭଉଣୀର ସୁଖ।।

କରିଥିଲି କେଉଁ ଜନ୍ମେ କି ପାପ କେଜାଣି?

ଏ ଜନ୍ମରେ ଭଗବାନ ଦେଲେନି ଭଉଣୀ।।

ରାକ୍ଷୀ ବାନ୍ଧିବାକୁ ହାତେ ମୋ ନାହିଁ ଯେ କେହି।

ସେଥିପାଇଁ ରାକ୍ଷୀ ଦିନ କାନ୍ଦେ କଇଁ କଇଁ।।

ଦିନ ପରେ ଦିନ, ଆଉ ବର୍ଷ ଯାଏ ବିତି।

ବୁଝିପାରୁନି ପ୍ରଭୁଙ୍କ ପକ୍ଷପାତି ନୀତି।।

ବ୍ଯଥିତ କରଇ ମତେ ଗୋଟିଏ ଭାବନା।

ସମାଜେ କାହିଁକି ହୁଏ ନାରୀ ନିର୍ଯାତନା?

ଶୁଣେ ଯେବେ ସମ୍ବାଦରେ କନ୍ଯା ଭୃଣ ହତ୍ଯା।

ମନ ମୋ କହେ ପ୍ରଭୁ ହେଇଥାଉ ଏହା ମିଥ୍ଯା।।

କେତେଦିନ ନାରୀ ସାଥେ ହେବ ଏ ଅନ୍ଯାୟ?

ନାରୀ ପାଇଁ କଣ ନାହିଁ ସାମାଜିକ ନ୍ଯାୟ?

ସମାଜରୁ କୁପ୍ରଥା କେବେ ହେବ ବିଲିନ?

କେବେ ଆଉ ବଦଳିବ ଲୋକଙ୍କର ମନ?

ନାରୀ କେବେ ସୁକନ୍ଯା ପୁଣି କେବେ ଅନନ୍ଯା।

ସେ ହିଁ କରିପାରେ ସ୍ନହ, ଶ୍ରଦ୍ଧା, ପ୍ରେମ ବନ୍ଯା।।

ଆସ କରିବା ନୂଆ ବିପ୍ଳବର ଆହ୍ୱାନ।

ପୁଅଝିଅ ଭେଦଭାବ ଘଟୁ ଅବସାନ।।

ଯେଉଁ ଦିନ ସବୁ ଲୋକ ହେବେ ସଚେତନ।

ବିଶ୍ୱରେ ପ୍ରଥମ ହେବ ଭାରତର ସ୍ଥାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract