ଅନେକ ସାଇତା ସପନ
ଅନେକ ସାଇତା ସପନ
ଅନେକ ସାଇତା ସପନ ମୁଁ
ସାଇତି ରଖିଛି ହୃଦୟରେ।
ଜାଣେନା ଜାଣେନା
ସପନ ମୋ ପୁରା ହେବ କି ନା ସମୟରେ।
ଜୀବନର ଅଙ୍କାବଙ୍କା ରାସ୍ତାରେ
ସମାଧି ନେଲେଣି
ଅନେକ ସପନ
ଆଉ ଅଳ୍ପ କିଛି ଅଛି ବାକି।
ଆଶା ଅସୁମାରୀ ଏଇ ହୃଦୟରେ
ମନେ ପଡେ ବୁଦ୍ଧ ବାଣୀ
ମନ ହସୁଅଛି ମୁରୁକି।
ସପନଗୁଡାକ ଦୂରେଇ ଯାଆନ୍ତେ
ଯଦି ହୁଅନ୍ତି ମୁଁ ଗୁଡା କେଶ।
ହେଲେ
ନା ମୁଁ ଅଟେ ଅର୍ଜୁନ
ନା ମୋ ସଖା ହୃଷୀକେଶ
ସେଥିପାଇଁ ମନେ ଅନେକ ଅବଶୋଶ।।