STORYMIRROR

Priyaranjan Biswal

Tragedy

3  

Priyaranjan Biswal

Tragedy

ଅନେକ ସାଇତା ସପନ

ଅନେକ ସାଇତା ସପନ

1 min
231


ଅନେକ ସାଇତା ସପନ ମୁଁ

ସାଇତି ରଖିଛି ହୃଦୟରେ।

ଜାଣେନା ଜାଣେନା

ସପନ ମୋ ପୁରା ହେବ କି ନା ସମୟରେ।


ଜୀବନର ଅଙ୍କାବଙ୍କା ରାସ୍ତାରେ

ସମାଧି ନେଲେଣି

ଅନେକ ସପନ

ଆଉ ଅଳ୍ପ କିଛି ଅଛି ବାକି।

ଆଶା ଅସୁମାରୀ ଏଇ ହୃଦୟରେ

ମନେ ପଡେ ବୁଦ୍ଧ ବାଣୀ

ମନ ହସୁଅଛି ମୁରୁକି।


ସପନଗୁଡାକ ଦୂରେଇ ଯାଆନ୍ତେ

ଯଦି ହୁଅନ୍ତି ମୁଁ ଗୁଡା କେଶ।

ହେଲେ

ନା ମୁଁ ଅଟେ ଅର୍ଜୁନ

ନା ମୋ ସଖା ହୃଷୀକେଶ

ସେଥିପାଇଁ ମନେ ଅନେକ ଅବଶୋଶ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy