STORYMIRROR

Priyaranjan Biswal

Romance

3  

Priyaranjan Biswal

Romance

ଜହ୍ନ ତାରା

ଜହ୍ନ ତାରା

1 min
141

ତାରା କହେ ଜହ୍ନ 

ଗଲା ପରେ ଦିନ 

ଦେଲି ତବେ ମନ 

କର ଆଲିଙ୍ଗନ।।


ଜହ୍ନ କହେ ତାରା 

ଦେଖ ଦୂରେ ଧରା 

ହସେ ସେଠି ଏକା 

କୁମୁଦ କଳିକା 

ସେ ଅଭିସାରିକା 

ଅଟେ ମୋ ପ୍ରେମିକା।।


ଶୁଣ ମୋ ବଚନ 

ବିଧିର ବିଧାନ 

କେ କରିବ ଆନ 

ଅଟେ ମୂଲ୍ୟହୀନ 

ତୁମ ନିବେଦନ 

ପ୍ରେମର ବନ୍ଧନ।।


ତାରା କହେ ଜହ୍ନ 

ମାନୁ ନାହିଁ ମନ 

ଶୂନ୍ୟ ଏ ଗଗନ 

ଶୂନ୍ୟ ମୋର ମନ 

ପ୍ରେମର ବନ୍ଧନ 

ବିରହ ଜୀବନ 

ମିଛ ସବୁ ସ୍ୱପ୍ନ 

ପ୍ରେମ ପ୍ରୟୋଜନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance