STORYMIRROR

Priyaranjan Biswal

Abstract Tragedy Fantasy

3  

Priyaranjan Biswal

Abstract Tragedy Fantasy

ରାକ୍ଷୀ ଓ ଭଉଣୀ

ରାକ୍ଷୀ ଓ ଭଉଣୀ

1 min
245


ବରଷର ଆଜି ଅଟେ ସେହିଦିନ

ହୃଦୟ ଯେବେ ମୋ କାନ୍ଦେ।

କହିବାକୁ ମୋର ଅନେକ ଭଉଣୀ

କେହି ନକହନ୍ତି ପଦେ।।


ସଭିଙ୍କ ହାତରେ ରାକ୍ଷୀ ମାଳମାଳ

ମୋ ହାତ ରହିଛି ଖାଲି।

ରକ୍ଷକ ନୁହେଁ ମୁଁ କେଉଁ ଭଉଣୀର

ସଭିଏଁ ତ ଶେରାବାଲୀ।


ହୃଦୟଟା ଜମା ବୁଝୁ ନାହିଁ ମୋର

କରୁଛି ବେକାର ଅଳି।

ବିଧାତା ଲେଖିନି ମୋ ଭାଗ୍ଯେ ଭଉଣୀ

ରାକ୍ଷୀ ଆଉ ଅର୍ଘ୍ଯ ଥାଳି।


ଯେତେ କାନ୍ଦିଲେବି ଆସିବେନି କେହି

ଲୁହ ପୋଛିବାକୁ ତୋର।

ଭଉଣୀମାନଙ୍କୁ ମିଳୁନାହିଁ ଜମା

ସଂସାର ଜଞ୍ଜାଳୁ ତର।


ନିଜକୁ ନିଜେ ତୁ ଦେଇଦେ ସାନ୍ତ୍ୱନା

କାହିଁକି ହେଉ ଅବୁଝା?

ଭାଗ୍ଯରେ ନାହିଁ ତେ ଭଉଣୀର ସ୍ନେହ

ଏଇକଥା ତୁ ବୁଝିଯା।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract