STORYMIRROR

Priyaranjan Biswal

Romance Tragedy Others

4  

Priyaranjan Biswal

Romance Tragedy Others

ଚହଲା ପାଣିରେ ଛାଇ

ଚହଲା ପାଣିରେ ଛାଇ

1 min
254


ଚହଲା ପାଣିରେ ଛାଇ


ଚହଲା ପାଣିରେ ଛାଇ

ଦେଖି ଚିହ୍ନିହୁଏ ନାହିଁ,

ମଣିଷ‌, ଗଛ ନା ଗାଈ!

କିଏ ପାରିବ ଯେ କହି?


ମୋ ହୃଦୟେ ଯାଳିଥିଲ

ତୁମେ ପ୍ରେମର ଦୀପାଳି।

ସେ ଦୀପାଳି ଅଗ୍ନି ଶିଖା

ମୋ ହୃଦୟ ଦିଏ ଜାଳି।।


ପ୍ରେମ ରଙ୍ଗ ଦେହେ ବୋଳି

ଚାଲିଗଲ ସ୍ୱପ୍ନ ଭଳି।

ସାଜିଲି ମୁଁ କଳଙ୍କିନି

ଚରିତ୍ରେ ଲାଗିଲା କାଳି।।


ମିଛ ପ୍ରତିଶୃତି ଦେଇ

ସୁଖ ସ୍ୱପ୍ନ ଦେଖାଇଲ।

ସବୁ କିଛି ଲୁଟି ନେଇ

ଏକା ଛାଡି ଚାଲିଗଲ!


ତୁମ ଫୁଲ ବଗିଚାରେ,

ଦିନେ ମୁଁ ଥିଲି ଗୋଲାପ।

ପାଇବାକୁ ମତେ ତୁମେ

କଲ କେତେ ଯେ ପ୍ରଳାପ।।


ଅବସ୍ଥା ତୁମର ଦେଖି

ମୁଁ ନିରିହା ନିରିମାଖି।

ତୁମ ପ୍ରେମେ ପଡିଗଲି

ସର୍ବସ୍ୱ ମୋ ଭେଟି ଦେଲି।।


ତୁମକୁ ଦେବତା ଭାବି

ମୁଁ ସାଜିଲି ଦେବଦାସୀ।

ପାଗଳ ଭ୍ରମର ପରି

ରସ ମୋ ପିଇଲ ଶୋଷି।।


ଶୋଷ ତୁମ ମରିଗଲା

ମନ ବୋଧେ ଭରିଗଲା।

କିଏ ଜଣେ କହୁଥିଲା

ନୂଆ ଫୁଲ ମିଳିଗଲା।।


ସହୁଥିଲ ଦିନେ ମୋର

ଯେତେକ ଅଝଟ‌ ଅଳି।

ସମୟ ସ୍ରୋତରେ ପୁଣି

କେମିତି ଗଲ ବଦଳି?



ତୁମେ ପୁରା ସୁନା ପିଲା

ସବୁ ଦୋଷ ମୋର ଥିଲା।

ପ୍ରେମ ଫଳ ମିଳିଗଲା

ହୃଦୟ ମୋ ମରିଗଲା।


ମଣିଷ ଚିହ୍ନିବାରେ ମୋ

ଭୁଲ ଆଜି ହୋଇଗଲା।

ପ୍ରେମ ପବିତ୍ର ସାଶ୍ୱତ

ଆଜି ଅଛି କାଲି ଥିଲା।।


ପ୍ରଥମ ପ୍ରେମରେ କାହିଁ

ମିଳେ ଏଠି ଖାଲି ଧୋକା?

ଚହଲା ପାଣିରେ ଜେହ୍ନେ

ଛାଇ ଲାଗେ ମରିଚିକା।।


ପ୍ରିୟରଞ୍ଜନ ବିଶ୍ୱାଳ

ବଳରାମପୁର, କୁଶଳେଶ୍ୱର

ଘସିପୁରା, ଆନନ୍ଦପୁର

କେନ୍ଦୁଝର, ପିନ୍ - ୭୫୮୦୨୫

ଦୂ.ଭା- ୮୩୨୭୭୬୧୪୭୪





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance