STORYMIRROR

Priyaranjan Biswal

Abstract Romance Others

3  

Priyaranjan Biswal

Abstract Romance Others

ତୋ ଦୁନିଆ

ତୋ ଦୁନିଆ

1 min
255


ତୋ ଆଖି ଭିତର ବନ୍ଧା ଏକ ଦୁନିଆ

ମୁଁ ଖୋଜେ ସେଇଠି ନିଜ ଏକ ଠିକଣା

ଚିନ୍ତା ନାହିଁ ହୋଇଗଲେ ମୁଁ ବାଟବଣା

ତୋ ପ୍ରେମର ନିଶାରେ ମୁଁ ଆଜି ମାନିଆ।


କହିଦେ ଥରେ ମତେ କେବଳ ଏତିକି

ତୋ ଦୁନିଆରେ ମୋ ପାଇଁ ଜାଗା ଅଛିକି?

ଖୋଜୁଛି ତତେ ମୋ ମନ ଏତେ କାହିଁକି?

କଣ ଏଇଟା ସତରେ ପ୍ରେମ ନୁହେଁ କି।


ପ୍ରେମ ତ ଅଟେ ଗୋଟେ ଗଭୀର ସାଗର

କୂଳ ଅବା କିନାରା ନାହିଁ ଆଦୌ ତାର

ପ୍ରେମର ସଜ୍ଞା କ'ଣ? ଖୋଜୁ ତୁ ଉତ୍ତର

କି କହିବି ମୁଁ, ଆଦି ଅନ୍ତ ନାହିଁ ଯା'ର।


ପ୍ରେମ ଅଟେ ଗୋଟେ ସୁନ୍ଦର ଅନୁଭବ

କରୁଥିଲେ ଗୋପେ ଯାହା ରାଧା-ମାଧବ

ପ୍ରେମ ଅଟଇ ଗୋଟେ ପବିତ୍ର ବନ୍ଧନ

ସୁଖରେ ଭରିଦିଏ ମଣିଷ‌ ଜୀବନ।


ଖାଉ ଥିବା ଫଳ ବାହାରିଲେ ପୋକରା

ପୋକରା ଫଳ କି ଫଳେ ଦୁନିଆ ସାରା

କୋଇଲା ଖଣିରୁ ପରା ମିଳଇ ହୀରା

ପ୍ରେମ ଭାବରେ ବନ୍ଧା ଏ ଦୁନିଆ ସାରା।


ପ୍ରେମ ବିନା ଅସାର ମଣିଷ‌ ଜୀବନ।

ଅଜ୍ଞାନୀ ନିଶ୍ଚେ ସେ ଯାର ନାହିଁ ଏ ଜ୍ଞାନ।

ପ୍ରଭୁ ପାଇଁ ଲୋଡା ଜେହ୍ନେ ଭକ୍ତି- ଚନ୍ଦନ।

ମଣିଷ ପାଇଁକା ଲୋଡା ପ୍ରେମ ବନ୍ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract