STORYMIRROR

Priyaranjan Biswal

Romance Tragedy

3  

Priyaranjan Biswal

Romance Tragedy

ଉଜୁଡା ବୈଶାଖ

ଉଜୁଡା ବୈଶାଖ

1 min
170


ଉଜୁଡା ବୈଶାଖ ଉଜାଡି ଦେଲା ମୋ

 ସ୍ୱପ୍ନମୟ ପ୍ରେମ ସହର।

ଯାହା ଗଢିଥିଲେ ଆମେ ଦୁହେଁ ମିଶି

ଭବିଷ୍ୟ ଆମ ଦୁହିଁଙ୍କର।।


ଲାଗିଲା କେଜାଣି କାହାର ନଜର

କରିଲ ମତେ ତୁମେ ପର।

ସ୍ୱପ୍ନ ମୋ ଭାଙ୍ଗିଲା ଯାହା ଦେଖିଥିଲି

ତୁମେ ମୋ କନିଆ ମୁଁ ବର।।


ବୈଶାଖ ନିଦାଘ ଠାରୁ କଷ୍ଟକର

ତୁମ ଓ ମୋ ପ୍ରେମ ବିରହ।

ହୃଦୟ ଯନ୍ତ୍ରଣା ଅସହ୍ୟ ହେଲାଣି

ଅସମ୍ଭାଳ ଏ ହୃଦ କୋହ।।


ବୈଶାଖ ମାସଟା ଏମିତି ନିଷ୍ଠୁର

ଦେଇଗଲା ଦାରୁଣ ଦୁଃଖ।

ତୁମକୁ ନେଲା ସେ ମୋ ନିକଟୁ ଦୂର

ଦୂରେ ଗଲା ମୋ ସବୁ ସୁଖ।।


ଉଜୁଡା ବୈଶାଖ ଉଜାଡି ଦେଲା ମୋ

ଜୀବନର ପ୍ରେମ ବାଟିକା।

ପ୍ରିୟାକୁ ମୋହର ଭୁଲିବା ପାଇଁକି

ସାହାରା ସାଜିଛି ବଟିକା।।


ହୋଇଥାନ୍ତା ଯଦି ବୈଶାଖ ମଣିଷ

ପଚାରି ବୁଝନ୍ତି ମୁଁ ତାକୁ।

ହେଲେ ବୈଶାଖଟା ଅଟେ ଗୋଟେ ମାସ

ପଚାରିବି ଏବେ କାହାକୁ?


ସବୁ ମୋର ଭାଗ୍ୟ, ଭୋଗେ ଭାଗ୍ୟଫଳ

ନିଦାଘ ବୈଶାଖ ନିର୍ଜଳ।

ନିଜ ଲୋକ ଆଜି ଦୂରେ ଚାଲିଗଲା

ହୃଦୟ କରି ମୋ ଦିଫାଳ।।


ମଣିଷ ଯେଉଁଠି ବୁଝି ପାରୁ ନାହିଁ

ମାସଟା କେମିତି ବୁଝିବ?

କେତେ ମହଙ୍ଗା ଏ ହୃଦୟର ଖେଳ

ସିଏ ବା କେଉଁଠୁ ଜାଣିବ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance