STORYMIRROR

Priyaranjan Biswal

Romance Tragedy

3  

Priyaranjan Biswal

Romance Tragedy

ଆଜିବି ଖୋଜେ ମୋ ହୃଦୟ

ଆଜିବି ଖୋଜେ ମୋ ହୃଦୟ

1 min
142

ଆଜି ବି ଖୋଜେ ମୋ ହୃଦୟ

ସେଇ ବିରଳ ଅତୀତ

ଯେବେ ତେ ସ୍ୱପ୍ନରେ

ମୋ ଅସ୍ତିତ୍ୱର

ହେଉଥିଲା ବିଲୟ।


କେଜାଣି କେଉଁଠି କେମିତି

ହଜିଗଲା ସେ ସମୟ

ଆସିଲାନି ବସନ୍ତ

ଫେରିଗଲା ମଳୟ।


ତୋ ଆଖିର ସେ ଆକର୍ଷଣ

ତୋ ମତୁଆଲି

କଣ୍ଠ ସ୍ୱର

ତୋ ଓଠର ସେ

ହସ ଧାର

ସୃଷ୍ଟି କଲା ଯାହା 

ମୋ ମନେ ମିଠା

ପ୍ରେମ ପ୍ରଳୟ।


ଆଜି ବି ଖୋଜେ ମୋ ହୃଦୟ

ସେଇ ବିରଳ ଅତୀତ

ଯେବେ ତୋ ସ୍ୱପ୍ନରେ

ମୋ ଅସ୍ତିତ୍ୱର

ହେଉଥିଲା ବିଲୟ।


ରୁଣୁଝୁଣୁ ତୋ

ପାଉଁଜିର ସ୍ୱର

ଆଉ ଆଉ ତୋ

ଚୁଡିର ଝଙ୍କାର

କରିଦେଲା ମତେ

ପ୍ରେମିକ ତୋର।


ବୀର ବେଶେ

ପ୍ରେମ ମଇଦାନରେ

କରିଲି ମୁଁ ଯୁଦ୍ଧ।

ହସି ହସି ମୁଁ ବରଣ କଲି

ତୁମ ଠାରେ ପରାଜୟ।


ଆଜି ବି ଖୋଜେ ମୋ ହୃଦୟ

ସେଇ ବିରଳ ଅତୀତ

ଯେବେ ତୋ ସ୍ୱପ୍ନରେ 

ମୋ ଅସ୍ତିତ୍ୱର

ହେଉଥିଲା ବିଲୟ।


ଆଜି ମୁଁ ଏକା

ସ୍ମୃତିକୁ ସାଥେ ଧରି

କରୁ ଅଛି କରୁଅଛି

ଖାଲି ଚିନ୍ତନ

ପ୍ରେମିକା ସାଜି ତୋ

ମନ ଇନ୍ଧନରେ

ଜାଳିଦେଲୁ ମୋ ଜୀବନ।

ଭୁଲିଗଲୁ ତୁ

ସବୁ ପ୍ରୀତି ପ୍ରଣୟ।


ଆଜିବି ଖୋଜେ ମୋ ହୃଦୟ

ସେଇ ବିରଳ ଅତୀତ

ଯେବେ ତୋ ସ୍ୱପ୍ନରେ

ମୋ ଅସ୍ତିତ୍ୱର

ହୋଇଥିଲା ବିଲୟ।


ତୋ ସହ କଥା ନହେଲେ

ଆଖିକୁ ଆସେନା ମୋ ନିଦ

ନା ନା

ଆଜିବି ଆଜିବି ମୁଁ

ସେମିତି ଅଛି 

ଯେମିତି ଥିଲି

ଭୁଲିବାକୁ ତତେ

ଆଦୌ ପିଇନି ମଦ।

ତୋ ପ୍ରେମ ନିଶାଟା

ଏତେ ଘାରିଛି ଯେ 

ମଦ ତାକୁ ଭୁଲେଇ ପାରିବନି।

ଜାଣିଥିଲି ତୁ

ଟିକିଏ ଫୁଲେଇ

ହେଲେ 

ହେଲେ ଜାଣିନଥିଲି ତୁ

ମିଛେଇଟେ ବୋଲି 

ଫେରିବୁ କହିକି

ଆଉ ଫେରିବୁନି

ଚାହିଁବୁନି ବୋଲି ବୁଲିକି।

ଯେଉଁଠି ଥିଲି ମୁଁ

ସେହିଠାରେ ସ୍ଥିର 

ବିତି ଚାଲିଛି ଏ ସମୟ।


ଆଜି ବି ଖୋଜେ ମୋ ହୃଦୟ

ସେଇ ବିରଳ ଅତୀତ

ଯେବେ ତୋ ସ୍ୱପ୍ନରେ

ମୋ ଅସ୍ତିତ୍ୱର

ହେଉଥିଲା ବିଲୟ।


ଧୂଳିରେ ଲୁଚି ଯାଇଛି ସତ

ହେଲେ ଆଜିବି

ହେଲେ ଆଜିବି ହୃଦୟର ପ୍ରତି ସ୍ପନ୍ଦନରେ

ଲେଖା ଅଛି ତୋର ନାଆଁ

ନିଦ ଆସୁନି ସତ

ହେଲେ ଯେବେବି

ହେଲେ ଯେବେବି ଆଖି ଟିକିଏ ଲାଗୁଛି

ଖାଲି ବାଉଳି ହଉଛି

ସ୍ୱପ୍ନରେ ତୋରି ନାଁ।

ଏ କି ବିଚିତ୍ର ପରିସ୍ଥିତି

ଚତୁଃପାର୍ଶ୍ୱରେ

ଖାଲି କୁଢ କୁଢ ସ୍ମୃତି 

ତମେ ନାହଁ ସତ

ହେଲେ ଆଜିବି

ମନେପଡେ

ତୁମ ସହ ବିତେଇଥିବା

ସେଇ ପ୍ରତିଟି ମୁହୂର୍ତ୍ତ

ତେଣୁ 

ଆଜି ବି ଖୋଜେ ମୋ ହୃଦୟ

ସେଇ ବିରଳ ଅତୀତ

ଯେବେ ତୋ ସ୍ୱପ୍ନରେ

ମୋ ଅସ୍ତିତ୍ୱର

ହେଉଥିଲା ବିଲୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance