STORYMIRROR

Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ବତୁରା ଅଭିମାନ କିଛି...

ବତୁରା ଅଭିମାନ କିଛି...

1 min
212

ବତୁରା ଅଭିମାନ କିଛି

ଅାଜି ବି ଦବି ରହିଛି ଏଇ ହୃଦୟ ତଳେ।

ଭୁଲ୍ କାହାର ଥିଲା?

କାହାର ଥିଲା ବାସ୍ତବରେ ଦୋଷ?

ମନ ଖୋଜୁଛି ଏହାର ଉତ୍ତର ସବୁବେଳେ।।


ବିରହେ ତୁମର ମନ ମୋ କୁହୁଳେ

ଶରୀର ଜଳୁଛି

ଅଜଣା ଗ୍ଲାନି ଅନଳେ।

ମନ ମୋ ସର୍ବଦା

ତୁମ କଥା ଭାଳେ

ସତରେ କଣ ତୁମେ ଫେରି ଆସିବ?

ଉଇଁବ ପୁଣି

ଚନ୍ଦ୍ରମା ହୋଇ

ଏଇ ମୋ ଜୀବନ ଆକାଶ କୋଳେ !


ଦିବା ସ୍ୱପ୍ନ ପରି ଲାଗେ ସବୁ ଆଜି

ବାସ୍ତବତା ତ‌ ବହୁ ଦୂରରେ।

ଫେରିଆସ ତୁମେ ସତରେ କେବେ ଯଦି

କିଛି ନାହିଁ ଆଉ ମୋ ଠାରେ ଦେବାକୁ

କେବଳ ଅଛି ବତୁରା ଅଭାମାନ କିଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract