STORYMIRROR

Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ନିଇତି ଲେଖେ ମୁଁ...

ନିଇତି ଲେଖେ ମୁଁ...

1 min
188

ନିଇତି ଲେଖେ ମୁଁ...


ନିଇତି ଲେଖେ ମୁଁ ଅନେକ କବିତା

ତୁମକୁ ମନରେ ରଖି।

ଭାବନା ତୁମର ଆନମନା କରେ

ଜାଣି ରଖିଥାଅ ସଖି।।


କେବେ କବିତା ପୁଣି କେବେ କାହାଣୀ

ଝରିଆସେ ତୁମ ଠାରୁ।

ଚାଲିଛି ଚାଲିବ ମୋର‌ ଏ ଲେଖନୀ

ତୁମ ନାଆଁ ଧରୁ ଧରୁ।।


ନିଇତି ଲେଖେ ମୁଁ ଯେତେ ସବୁ ଲେଖା

ତୁମେହିଁ ଅଟ ନାୟିକା।

ପ୍ରତି ଭାବନାରେ ତୁମେ ମୋ ରହିଛ

ପାଇଛ ମୁଖ୍ଯ ଭୂମିକା।।


ନିଇତି ଲେଖେ ମୁଁ ହୃଦୟର‌ କଥା

କେବେ ସୁଖ କେବେ ଦୁଃଖ।

ତୁମେ ସଖୀ ମୋର ସୃଜନର ଉତ୍ସ

ସର୍ବତ୍ର ତୁମ ଆଲେଖ୍ଯ।।


ସାମାଜିକ ହେଉ ଅବା ଆଧୁନିକ

ସବୁଠି ତୁମ ମହକ।

ତୁମ ଭାବନାକୁ କାଗଜେ ଉତାରି

ବୋଲାଉଛି ମୁଁ ଲେଖକ।।


ଭାବର ସାଗର ତୁମେ ଯେ ମୋ ପାଇଁ

ମୁଁ ପଥିକ ତୁମେ ଛାଇ।

କେତେ ମୁଁ ଲେଖିବି ତୁମ କଥା ଆଉ

ଲେଖେ ଯେତେ ସରେ ନାହିଁ।।


ତୁମକୁ ପାଇବା ପରଠାରୁ ସଖୀ

ଲେଖା ମୁଁ ଲେଖୁଛି ବେଶି।

ଏମିତି ରୁହ ମୋ ଭାବନାରେ ବସି

ଦିନ କଟୁଥାଉ ହସି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract