ଅପେକ୍ଷା ତୁମକୁ
ଅପେକ୍ଷା ତୁମକୁ


ସବୁ ଜାଣିଶୁଣି କାହିଁକି କେଜାଣି
ଭଲପାଏ ମୁଁ ତୁମକୁ
ମୋର ଜୀବନରେ ତୁମ ପରିଚୟ
ନୁହେଁ ତ ସବୁ ଦିନକୁ ।
ଆଜି ଅଛ ତୁମେ କାଲିକି ନଥିବ
ମୁଁ ସେମିତି ଏକା ଏକା
ଜୀବନରେ ଥରେ ତୁମ ସହ କେବେ
ହେବ କି ନହେବ ଦେଖା ।
ଦେଖିବାର ଇଚ୍ଛା କରିନାହିଁ କେବେ
ତୁମ ହୃଦୟକୁ ବୁଝେ
ତୁମ ହୃଦୟରେ ସାଇତିଛ ମତେ
ବୁଝି ପାରୁଛି ମୁଁ ଏବେ ।
ତୁମକୁ ପାଇବା ଜିଜ୍ଞାସା ମୋ ନାହିଁ
ସବୁ ସମୟର ଖେଳ
ସ୍ନେହ, ପ୍ରେମ ଆଉ ଶ୍ରଦ୍ଧା ବିତରି
ସରିଯାଉ ମୋର ବେଳ ।
ଏଇ ଜନମରେ ମିଳନ ନ ହେଉ
ବଢୁ ପ୍ରତୀକ୍ଷାର ଧାରା
ତଥାପି ବି ଭଲ ପାଉଛି ତୁମକୁ
ଭଲ ପାଇବି ଜୀବନସାରା ।
ସାତ ଜନମକୁ ସାଥୀ ହେଲ ନାହିଁ
ମୋ ହାତେ ଦେଲନି ଧରା
ଗୋଟେ କ୍ଷଣ ମିଶି ଯାହା ବି ଦେଇଛ
ସ୍ମୃତି ମୋ କବିତା ଝରା ।