STORYMIRROR

Writer Roja Panda

Others

3  

Writer Roja Panda

Others

ଅର୍ଘ୍ୟ

ଅର୍ଘ୍ୟ

1 min
388


ମୁଁ ଜାଣିଛି ମୁଁ ପାରିବି 

ମୁଁ ଜାଣିଛି ମୁଁ ପାରିବି ତୋ ଆଖିର ସବୁତକ ଲୁହକୁ ପୋଛି,

ମୁଁ ଜାଣିଛି ମୁଁ ପାରିବି ତୋ ଅଗଣାରେ ପ୍ରୀତି ଫୁଲରୁ କେଇ ଆଞ୍ଜୁଳା ବିଞ୍ଚି,

ଅନୁମତି ମିଳିଲେ ତୋର

ଅନୁମତି ମିଳିଲେ ତୋର ଛଡେଇ ନେଇ ତୋ ଜୀବନର ସବୁତକ ଦୁଃଖ

ଭରିଦେବି ତୋ ଦରଦୀ ଓଠରେ ଖିଲିଖିଲି ହସର ମୁଠା ମୁଠା ମୋତି ।

ମୁଁ ଉଠାଇ ପାରିବି ତୋର ମଥାରେ ଲଦାଥିବା ଭାରି ବୋଝକୁ,

ସଜେଇ ପାରିବି ଜହ୍ନର ଆଲୋକରେ

ତୋର ଆଲୁଅ ନଥିବା ଅନ୍ଧାରିଆ କୋଠରୀକୁ । 

ମୁଁ ଗଣି ପାରିବି ତୋର ଛାତିର ସ୍ପନ୍ଦନ ଆଉ ଅନୁଭବ କରିପାରିବି ତା ଧ୍ୱନିକୁ,

ମୁଁ ବାନ୍ଧି ହେଇପାରିବି ତୋର ପ୍ରତ୍ୟେକଟି ନିଶ୍ୱାସରେ,ଆଉ ପଢିପାରିବି ତୋର ବୁକୁଭରା କୋହକୁ । 

ତୁ ବିଶ୍ୱାସ କରି ଦେଖ୍ 

ତୁ ବିଶ୍ୱାସ କରି ଦେଖ୍ ଥରେ ମୁଁ ବାଛିନେବି ତୋ କଣ୍ଟକିତ ଜୀବନକୁ,

ଆୟୁଷ ସବୁ ମୋର ତୋ ନାଁ ରେ ଲେଖି,

ଦୀର୍ଘାୟୁ କରି ତତେ ଚାଲିଯିବି ବହୁତ ଦୁରକୁ ।

ମୁଁ ଜାଣିଛି ମୁଁ ପାରିବି,

ମୁଁ ଜାଣିଛି ମୁଁ ପାରିବି ସବୁ କିଛି ତ୍ୟାଗ କରି କେବଳ ତୋ ଖୁସି ପାଇଁ,

ମୁଁ ଜାଣିଛି ମୁଁ ପାରିବି ମୋ ଆଖିର ଲୁହରେ ସବୁତକ ଦୁଃଖକୁ ତୋ ଧୋଇ । 

ଧୋକା ବୋଲି ଶବ୍ଦଟିଏ ପାଇବୁନି ତୁ ମୋ ପାଖରେ,

ମୁଁ ରହିଥିବି ସବୁଦିନ ତୋ ପାଇଁ ଆଉ ସାରା ଦୁନିଆ ପାଇଁ ପ୍ରେରଣାଟିଏ ହେଇ,ପ୍ରେରଣାଟିଏ ହେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍