STORYMIRROR

Writer Roja Panda

Others

3  

Writer Roja Panda

Others

ଆମ ନୂଆ ଅତିଥି

ଆମ ନୂଆ ଅତିଥି

1 min
384


ଜହ୍ନମାମୁଁଟିଏ ଆସିଲା ହସି 

ଆମ ଅଗଣାରେ ପଡିଲା ଖସି

ଖିଲି ଖିଲି ହସ ଦେଖି ତାହାର

ଖୁସିରେ ମୋ ମନ ହୁଏ ଅଧିର

ପାଟି ଯେବେ ତାର ଖୋଲିବ ସତେ

ସାନ ମାଆ ବୋଲି ଡାକିବ ମତେ

ମେଳାକୁ ତାକୁ ମୁଁ ବୁଲେଇ ନେବି

ଖେଳନା ତା ପାଇଁ କିଣି ଆଣିବି

ପାଠ ପଢ଼ାଇବି ତା ହାତ ଧରି

ଜ୍ଞାନ ତା ମୁଣ୍ଡରେ ଦେବି ମୁଁ ଭରି

ବଡ ହେଲେ ଭଲ ମଣିଷ ହେବ

ସାରା ରାଇଜର ସେବା କରିବ

ଆମ ଘରର ସେ ସରଗ ତାରା

ତାପାଇଁ ମେଲିଛି ଖୁସି ପସରା

ସର୍ବଦା ପ୍ରଭୁ ହେ ତାପାଖେ ରୁହ

ଆଶିଷ ତୁମର ଅଜାଡି ଦିଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍