STORYMIRROR

Writer Roja Panda

Classics

2  

Writer Roja Panda

Classics

ବିଦଗ୍ଧ ସ୍ୱର

ବିଦଗ୍ଧ ସ୍ୱର

1 min
256

ପଦେ ମିଠା କଥା, କେଇ ବୁନ୍ଦା ଆନନ୍ଦାଶ୍ରୁ 

କାଣିଚାଏ ପ୍ରେମ ଆଉ କିଛିଟା ବିଶ୍ୱାସ 

ବାସ ଏତିକି କଣ ଯଥେଷ୍ଟ ନୁହେଁ

ଜୀବନ ବଞ୍ଚିବା ପାଇଁ

ଅଭଙ୍ଗ,ସଭଙ୍ଗ ଆଉ ଭଙ୍ଗାଭଙ୍ଗର 

ଅଳଙ୍କାର ଭିତରେ

ଗୁଜ୍ଜରୀ ଛନ୍ଦକୁ ନେଇ,ରାଗ ଭୈରବୀରେ

ରସର ତାଳେ ତାଳେ

ଗୀତଟିଏ ଗାଇବା ପାଇଁ

ଜୀବନ କଣ ଏତେ କଣ୍ଟକିତ ସତରେ

ପ୍ରତିଟି ପାଦରେ କଣ କେବଳ

ଯନ୍ତ୍ରଣାର ବିଦଗ୍ଧ ସ୍ୱର

ନା କେବଳ ଆମେ ହିଁ କରିଛେ

ଏହାକୁ ଅନନ୍ୟ ଅପରୂପ ସୁନ୍ଦରରୁ 

କଦର୍ଯ୍ୟ ,ନୈରାଶ୍ୟ ଓ କଦାକାର

ତେବେ ଜୀବନ ଯଦି ଆମର

ତାକୁ କିପରି ଭାବେ ଗଢିବା 

ସେ ଗୁରୁ ଦାୟିତ୍ୱ ବି ଆମର

କୁସୁମରେ ସଜାଇ ସୁବାସିତ ସୁଗନ୍ଧେ 

ଭେଟି ଦେବା ଜୀବନକୁ ଆଉ ଏକ

ଅତୁଳନୀୟ ସୁସଜ୍ଜିତ ମଲ୍ଲହାର

ଏହା ହିଁ କାମନା ମୋର, ତୁମର ଆଉ 

ଆମ ସଭିଙ୍କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics