STORYMIRROR

Writer Roja Panda

Romance

3  

Writer Roja Panda

Romance

ସପନ

ସପନ

1 min
259

ରାତିରେ ଆସି ଯେ ନିଦ କରେ ଚୋରି

ସେ ପରା ତୋହର ସପନ ଲୋ ଗୋରୀ

ସପନେ ସିନା ତୁ ଆସୁ ସବୁଦିନ

ସତରେ କେବେତୁ ଆସିବୁ ଲୋ ଧନ

ସ୍ୱପ୍ନ ମୋର କେବେ ସତ ହେଇଯିବ

ମୋ ଘରେ ତୋ ପରି ଜହ୍ନ ଟେ ଉଇଁବ

ଅଗଣାକୁ ମୋର ସାତ ରଙ୍ଗେ ଭରି

ତୋ ହସରେ ମୋର ଘର ଯିବ ପୁରି

ଚାନ୍ଦିନୀ ଆକାଶେ ଲାଜେଇ ପଡିବ

ଯେବେ ଲୋ ସେ ତୋର ମୁହଁକୁ ଦେଖିବ

ଫଗୁଣ ବି ଆସି ଆଉ ନଫେରିବ

ତୋ ଦେହ ବାସ୍ନାରେ ବିମୋହିତ ହେବ

କୋଇଲି ତୋ ପାଇଁ ଗୀତ ଗାଉଥିବ

ମଳୟ ପବନ ତତେ ଛୁଇଁଯିବ

ମୋ ସପନ ସତେ କିବା ପୁରା ହେବ

ପ୍ରେମରେ ତୋହର ମୋ ଦେହ ଭିଜିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance