STORYMIRROR

Writer Roja Panda

Abstract

2  

Writer Roja Panda

Abstract

ସେଇ ତ ଏ ଦେହ

ସେଇ ତ ଏ ଦେହ

1 min
3.4K

ସେଇ ତ ଏ ଦେହ,

ଯେଉଁଠି ପ୍ରବାହିତ ଅଗଣିତ ରକ୍ତ କୋଷ

ଶିରା ଏବଂ ଧମନୀ ଖଞ୍ଜା ହେଇ ବାଦ୍ୟଯନ୍ତ୍ର ପ୍ରାୟ

ହୃଦପିଣ୍ଡକୁ ଧକଧକ କରୁଥିବା ଅବିରତ ନିୟମର

ଅନାହତ ପ୍ରୟାସ

ସେଇ ତ ଏ ଦେହ,

ଯେଉଁଠି ଆଧୁନିକ ଯନ୍ତ୍ର ଚାଳନା ବିନା

କଠିନରୁ କାଠିନତର ଖାଦ୍ୟ ପଦାର୍ଥ ସବୁ

ପାଚିତ ହେଇ ଅପଦାର୍ଥ ଚାଲିଯାଏ ମଳଦ୍ୱାର ଦେଇ,

ମୂତ୍ରନଳୀ ଦେଇ ତରଳ ବି ବହିଯାଏ ମୂତ୍ରାଶୟ ପୂର୍ଣ୍ଣ ହେଇ

ସେଇ ତ ଏ ଦେହ,

ଯେଉଁଠି ବୃକକ୍ ଆଉ ଅଗ୍ନାଶୟ ଥାଏ ଖଞ୍ଜା ହେଇ,

ଶ୍ୱାସନଳୀ,ଖାଦ୍ୟନଳୀ , ରକ୍ତନଳୀ,ଅନ୍ତନାଡୀ

ସଭିଏଁ ଜାଗ୍ରତ ଥାନ୍ତି ପ୍ରତି ମୁହୂର୍ତ୍ତରେ ସମୟର ହାତଧରି

ସେଇ ତ ଏ ଦେହ,

ଯେଉଁଠି ଅନେଶତ ରୋଗ ଥାଏ ଆଡୁଆଳେ ଲୁଚି,

ଲକ୍ଷ ଲକ୍ଷ ଭୁତାଣୁ ,ଜୀବାଣୁ ଆଦି ସାଲୁବାଲୁ କ୍ରୀଡ଼ାରତେ କରିବାକୁ ଆକ୍ରମଣ ସୁଯୋଗର ଅପେକ୍ଷାରେ ଜଗିଥାନ୍ତି ବସି

ସେଇ ତ ଏ ଦେହ,

ଯେଉଁଠି ଖଞ୍ଜା ଥାଏ ପଞ୍ଚନ୍ଦ୍ରିୟ ,ପଞ୍ଚମହାଭୁତ

ସେ ଦେହରେ ଥାଏ ପୁଣି ନବାଦ୍ୱାର 

ରଖିବାପାଇଁ ଜୀବନକୁ ସକ୍ରିୟ ଓ ଜୀବିତ

ସେଇ ତ ଏ ଦେହ,

ଯେଉଁଠି ରଙ୍ଗ ମଧ୍ୟ ବାଦ ପଡିନି

ନୀଳ,ନାଲି,ଧଳା,କଳା ବିଭିନ୍ନ ସମାହାରରେ

ବାତ, ପିତ, ରକ୍ତ ଆଉ କଫ ପରି ଅନେକ ରୂପରେ

ସେଇ ତ ଏ ଦେହ,

ଯେଉଁଠି ମନ,ବିବେକ ସବୁ କିଛି ଥାଏ

କେବଳ ବୁଝିବାକୁ ସମୟର ଘୋର ଅଭାବ

ଗୋଟିଏ କ୍ଷଣରେ ଟଳିପଡେ ଭୂମିରେ

ମାଟିରେ ତିଆରି ଏଇ ଦେହ ଶେଷରେ

ମିଶିଯାଏ ସେଇ ମାଟିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract