STORYMIRROR

Writer Roja Panda

Abstract Tragedy

3  

Writer Roja Panda

Abstract Tragedy

ଆକସ୍ମିକତା

ଆକସ୍ମିକତା

1 min
261

 ଖୁବ ପାଖରୁ ଦେଖିଲି ଆଉ ଏକ ମୃତ୍ୟୁକୁ ଆଜି

ଓଃ ସତରେ ଏକ ଆକସ୍ମିକ ମୃତ୍ୟୁ

ଆମନ୍ତ୍ରଣ ତ ନଥିଲା,ଆସିଲା କେଉଁ ଆଡୁ

 ବିନା ପାଛୋଟାରେ ଅଖୋଜା ଅତିଥି ସାଜି....

ନିର୍ମମ ହେଇ ପଡିଥିଲା ନିଶ୍ଚଳ ଶରୀର

ଜରାଗ୍ରସ୍ତ ନଥାଇ ବି ସେ ଆଜି ନିସ୍ତେଜ

ସମୟର ଢେର ଆଗରୁ,ବୟସର ଦ୍ୱିତୀୟ ପାହାଚରୁ

ପଞ୍ଚେନ୍ଦ୍ରିୟ ହେଇଗଲା ଶକ୍ତିହୀନ ହୃଦପିଣ୍ଡ ହେଲା ଧୀର.....

ଆତ୍ମା ଧୀରେ ଧୀରେ ଛାଡୁଥିଲା ବିଖଣ୍ଡିତ ଦେହ ମଧ୍ୟରୁ

ଶ୍ରୀହୀନ,ଅବସନ୍ନ ଶରୀରଟି ଲୋଟିଥିଲା ମାଟିରେ

ମାତ୍ର କେଇ କ୍ଷଣ ପରେ,ହଠାତ ଅକାଳରେ

ଚାଲିଗଲା ଆତ୍ମା ଦେହଟାକୁ କାଠଗଡ କରି ସ୍ୱଦେହରୁ....

ଚାଲିଗଲା ପରେ ସୁପ୍ତ ଶରୀର ସମ୍ପର୍କରୁ ଅନେକ ଦୂର

ଲୋକମାନେ କହୁଥିଲେ ଯୋଗ୍ୟ ନୁହେଁ ଆଉ ସ୍ପର୍ଶ ତାହାର

ସେ ଏବେ ଅଛୁଆଁ ବର୍ଯ୍ୟ ବସ୍ତୁ ପରି

ଦୁନିଆ ନଜରରେ ସାଧାରଣ ମାତ୍ର ମୃତ ଏକ ଶରୀର.....

ଆତ୍ମା ଥିବା ଯାଏଁ ଶରୀର ଖୁବ ସୁନ୍ଦର

ନଚେତ ଅଯୋଗ୍ୟ ହେଇଯାଏ ସେ ,ନାମ ତାର ବଦଳିଯାଏ

କୁହାଯାଏ ଶରୀର ନୁହେଁ ଆଉ ଏ ତ ମଡା ବା ମୃଦାର......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract