Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

4.0  

Writer Roja Panda

Others

ଅଦୃଶ୍ୟ ଭୁତାଣୁ

ଅଦୃଶ୍ୟ ଭୁତାଣୁ

1 min
11.3K


କେଉଁ ଅମୋଘ ପ୍ରତିରୋଧ ଲୋଡ଼ା 

ଏ ଅଦୃଶ୍ୟ ଶକ୍ତିର ମୁକାବିଲା ପାଇଁ ?

କେଉଁଠୁ ଆସିବ ଅଭିମନ୍ୟୁ ଏବେ 

ଏ ମହାଘାତକର ବଦ୍ଧ ଉଦ୍ଧେଶ୍ୟରେ 

ଆଉଥରେ ଚକ୍ରବ୍ୟୁହ ଭେଦିବାପାଇଁ ?


କେଉଁ ବ୍ରହ୍ମାସ୍ତ୍ର ନିକ୍ଷେପିବା ବନ୍ଧୁ

ଏ ଜୈବିକ ବିପତ୍ତିକୁ ନାସିବାପାଇଁ ?

କେଉଁ ଦୁର୍ଗ ନିର୍ମାଣ କରିବା ଅବା

କେଉଁ ରଣନୀତି ଆପଣେଇବା ଏବେ

ତା ବର୍ବରତାରୁ ନିଜକୁ ସୁରକ୍ଷା ଦେବାପାଇଁ ?


ଜଳ,ସ୍ଥଳ ଅବା ମହାଶୂନ୍ୟ ଆକାଶ 

ଅବା ଆଉ କେଉଁ ନୂତନ ପଥ ଦେଇ ?

କେଉଁ ଶସ୍ତ୍ର ପ୍ରହାରେଣ ଗତି ତାର ଥମିଯିବ,

କେଉଁ କିସମ ମହୋଷଧି ନିକ୍ଷେପିବା ଗର୍ଭକୁ 

ଅବା କି ବ୍ୟଞ୍ଜନ ଲୋଡ଼ା ତା କବଳୁ ରକ୍ଷାପାଇଁ ?


ସ୍ତବ୍ଧ ପ୍ରାୟ କେବଳ କ'ଣ ଦେଖୁଥିବା ତାର ଧ୍ଵଂସଲୀଳା ?

ନା ସୃଷ୍ଟି କରିବା ତାର ବିନାଶ ପାଇଁ କିଛି ନୂତନ ଯୁଦ୍ଧକଳା ।


ଫେରିଯିବାକି ପୁଣି ଥରେ ଶତାବ୍ଦୀ ଶତାବ୍ଦୀ ପଛକୁ

ଏ ବିଶ୍ୱ ମହାମାରୀକୁ ବିଖଣ୍ଡିତ କରିବାପାଇଁ ?

 ସେହି ପାସୋରି ଦେଇଥିବା ପରମ୍ପରା ଆପଣେଇ

କୋଳାଗ୍ରତ ଭୁଲି ଅଭିନନ୍ଦନାର୍ଥେ କରଯୋଡି

ମାରାତ୍ମକ ଭୂତାଣୁର ସଂକ୍ରମଣରୁ ବଞ୍ଚିବାପାଇଁ ।


ହସ୍ତପଦ ଧୌତେନ ଗୃହ ପ୍ରବେଶି

ନିଃସଙ୍ଗ ବାସରେ ନିଜକୁ ସମର୍ପି,

ସ୍ଵଚ୍ଛତାକୁ ଢାଲ କରି ସଙ୍ଗରୋଧର ବାର୍ତ୍ତା ଦେଇ

ଆହ୍ୱାନ ପୂର୍ଣ୍ଣ ସତର୍କତାର ଦୂତ ହେବା

ଏ ସମଗ୍ର ମାନବ ଜାତିର ମୁକ୍ତି ପାଇଁ ।


ଆମେ ସକ୍ଷମ ହେବା ନିଶ୍ଚେ ସେ ତୀବ୍ର 

ମାନବ ଘାତକର ଦୃଢ ମୁକାବିଲା ପାଇଁ,

ଅନୁରକ୍ତି ବାଢି ପ୍ରକୃତିର ସମସ୍ତ କ୍ରୀଡାକୁ

ଆମେ ଲଢ଼ିବା ବିନା ଦ୍ୱିଧାରେ 

ସେ ବିଶ୍ୱ ମହାମାରୀର ସମୂଳ ବିନାଶ ପାଇଁ ।


ଗୃହବନ୍ଦୀ ହେଇ ପ୍ରୟାସ କରିବା

ସେ ଅଦୃଶ୍ୟ ଅଶରିରୀର ବିସ୍ତାର ରୋକିବା ପାଇଁ,

ଆତଙ୍କିତ ନ ହୋଇ ତା କରାଳ ରୂପରେ

ଫିଙ୍ଗିଦେବା ତାର ଅହଂକାରକୁ 

ଅନଳେ ଦଗ୍ଧ ହୋଇ ପାଉଁଶ ହେବାପାଇଁ ।


ସାମାନ୍ୟ ବ୍ୟାଧି ଏ ନୁହେଁ ବନ୍ଧୁ ଶୁଣ

ହେବ ନିବାରଣ ବୈଦ୍ୟ ସ୍ପର୍ଶ ପାଇ,

ହୃଦୟେ ଏକତାର ସଂକଳ୍ପ ନେଇ

ସାମାଜିକ ଦୁରତ୍ୱର ବ୍ରହ୍ମାସ୍ତ୍ର କରିବା ପ୍ରୟୋଗ

ବିଶ୍ୱବ୍ୟାପି ମହାମାରୀଠୁ ବିଜୟ ପାଇଁ ।


Rate this content
Log in