STORYMIRROR

kamal kumar dash

Romance Fantasy

4  

kamal kumar dash

Romance Fantasy

ମନର ମାନସୀ

ମନର ମାନସୀ

1 min
391


ସ୍ମୃତି କେବେ ଫେରେ   ଗାଁ ନଈ ଧାରେ 

    ସପନ ନାଆରେ ବସି 

ସ୍ମୃତି କେବେ ଫେରେ   ଗାଁ ମନ୍ଦିରରେ 

    ସାଜି ମନର ମାନସୀ (1)


ସ୍ମୃତି କେବେ ଫେରେ   ଘର ଅଗଣାରେ 

    ଗଭାରେ ଗଜରା ଖୋସି 

ସ୍ମୃତି କେବେ ଫେରେ   ପୁନେଇଁ ରାତିରେ 

    ଜହ୍ନ ଆଲୁଅରେ ହସି (2)


ସ୍ମୃତି କେବେ ଫେରେ  ଅମାନିଆଁ ହୋଇ 

    ସେଇ ଝଂକା ବାର ତଳେ 

ସ୍ମୃତି କେବେ ଫେରେ ସଜଳ ଆଖିରେ 

    ମାଆ ର ପେଣତ ତଳେ (3)


ସ୍ମୃତି କେବେ ଫେରେ  ଅବା ଫେରେ ନାହିଁ 

    ଜୀବନ ବାଟରେ ଥରେ 

ଆମାନିଆଁ ମନ        ତଥାପି କାହିଁକି 

     ଗଲାସେ ଅତୀତ ଝୁରେ (4)


ସ୍ମୃତି ଟି ମୋହର      ଅତି ଆପଣାର 

      ରହିଛି ନିଜର ହୋଇ 

ଜୀବନ ବାଟରେ       ତାପରି ବନ୍ଧୁଟେ 

       କେବେ ମୁଁ ତ ପାଇଁ ନାହିଁ (5)

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance