Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

3  

Abhakanta

Romance

ଗୋଟିଏ ମୁଦ୍ରାର

ଗୋଟିଏ ମୁଦ୍ରାର

1 min
13.3K


ଗୋଟିଏ ମୁଦ୍ରାର

 

ଆଭାକାନ୍ତ ମହାନ୍ତି

 

ଗୋଟିଏ ମୁଦ୍ରାର ତୁମେ ଏକ ପାଖ

       ଅନ୍ୟ ପାଖ ମୁଁ ଗୋ ସହୀ,

ଗୋଟିଏ ନିଦର ତୁମେ ଗୋ ସପନ

       ମୁଁ ଯେ ନିଦ ଗହୀରାଇ । ୦ ।

 

ଗୋଟିଏ ଫୁଲର ତୁମେ ସୁନ୍ଦରତା

       ମୁଁ ଅଟଇ ତା'ର ସୁରଭି ସଭ୍ୟତା,

ମୁଁ ଗୋ ଦକ୍ଷିଣର ମନ୍ଦ ମଳୟ

       ତୁମେ ତା'ର ଘନଘୋର ଆତୁରତା,

ଗୋଟିଏ ଛନ୍ଦରେ ମୁଁ ଯଦି ଝଙ୍କାର

       ତୁମେ ତ ଛନ୍ଦ ମୃଣ୍ମୟୀ । ୧ ।

 

ମୁଁ ଅଟେ ମଧୁର କଣ୍ଠ ବଇଁଶୀର

       ତୁମେ ଛନ୍ଦମୟୀ ତା'ର ସପ୍ତସ୍ୱର,

ତାଧିନି-ତାକିଟା ବାଦ୍ୟନାଦ ମୁଁ ଗୋ

       ତୁମେ ରୁଣୁଝୁଣୁ ସୁର ଘୁଙ୍ଗୁରର,

ତୁମେ କଳକଳ ଝରଣାର ଗୀତି

       ସାଗର ଉଦ୍ଦାମ ମୁହିଁ । ୨ ।

 

ତୁମେ ଗୋ ମିତଣୀ ପୂନେଇଁର ଚାନ୍ଦ

       ମୁଁ ଅଟେ ଚକୋର ବିରହର କାନ୍ଦ,

ତୁମେ ଆଷାଢ଼ର ନବ ବର୍ଷା ଛନ୍ଦ

       ମୁଁ ଅଟେ ଗୋ ଭିନିଭିନି ମାଟି ଗନ୍ଧ,

ଦୁହେଁ ଦୁହିଙ୍କର ପରିପୂରକତା

       କାୟା-ଛାୟା ପଥ ରାହୀ । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance