STORYMIRROR

Binay Mohapatra

Romance

3  

Binay Mohapatra

Romance

ଶ୍ରାବଣୀ

ଶ୍ରାବଣୀ

1 min
27.4K


ଶ୍ୟାମଳି ଝିଅ ଟେ,
ପ୍ରିୟତମା ମୋର
ଶ୍ରାବଣୀ ତାହାର ନାଆଁ,
ନଇ ଆର ପାରି,
ପାହାଡ ସେପାଖେ,
ଘରଟି ତାହାର,
ଦିଶେ ନାହିଁ ତାର ଗାଆଁ,
ନିଦାଘ ର ଏଇ ଦିନ ଦି ପହରେ,
ମନେ ପଡେ ତାର କଥା,
କେଡେ ସୁକୁମାରୀ,
କେତେ ଯେ ସୁନ୍ଦରୀ,
ଭବିଲେ ତା କଥା,
ହୃଦୟେ ବିରହ ବ୍ୟଥା ।
ଚାହିଁଛି ତା ପଥ, କଥା ଦେଇ ଥିଲା,
ଆସିବ ନିଦାଘ ଶେଷେ,
କଳା ବାଦଲର,
ଶାଢୀରେ ସଜାଇ
ଲାଜୁକି ପ୍ରିୟା ମୋ,
ନହୁଲି ବଧୁର ବେଶେ ।
ଆସି ଗଲେ ପ୍ରିୟା ଶୀତଳାଇ ଦେବ
ଦଗ୍ଧ ମନ ମୋର, ବିଦଗ୍ଧ ଏ ଉପବନ,
ମଉସୁମୀ ବାଆ, ମହକାଇ ଦେବ,
ଭିଜା ମାଟି ଗନ୍ଧେ, ପ୍ରିୟାର ମହକ,
ପହିଲି ପରଶେ, ଶିତଳାଇ ଦେବ
ବିରହ ଉତ୍ତାପ,
ହରଷାଇ ଦେବ ମନ ।
ଛମ୍ ଛମ୍ ତାର ପାଦର ନୁପୂର
ରିମ୍ ଝିମ୍ ସୁରେ,
ବରଷାର ବୁନ୍ଦା ସଙ୍ଗେ,
ଶିରି ଶିରି କରି, ଛୁଇଁ ଦେଇ ଯିବ,
ଥିରି ଥିରି କରି, ଚହଲାଇ ଦେବ,
ନିଃସଙ୍ଗ ଜୀବନେ,
କେତେ ଯେ ପ୍ରୀତିର ରଙ୍ଗେ ।
ଶ୍ରାବଣୀ ଆସିଲେ, ଫୁଲ ଫୁଟି ଯିବ,
ରଙ୍ଗେ ଭରି ଯିବ,
ବେରଙ୍ଗ ଧରିତ୍ରୀ ରାଣୀ,
ହସ ଭରି ଯିବ, ନୀରସ ବନରେ,
ମନ ଉପବନ ଚହକି ଉଠିବ,
ନଦୀ ନାଳ ସବୁ,
ଦେଖାଇବେ ନୂଆ ଠାଣି ।
ସବୁଜ ରଙ୍ଗର ଲେପ ଲାଗି ଯିବ,
ଶ୍ରାବଣୀ ପରଶେ ରସ ଭରି ଯିବ,
ସରସ ସୁନ୍ଦର
ହୋଇଯିବ ପ୍ରାଣୀ ମନ,
ଶ୍ରବଣୀର ପ୍ରେମ,
ପ୍ରୀତି ମଧୁ ଦାନ, ସଂଚରି ଯିବ,
ନୂତନ ଜୀବନ, ଦଗ୍ଧ ଧରାରେ,
ବୁଣି ଦେଇ ଯିବ, ନବ ଯୌବନ ।

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance