ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର
ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର
ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର
ଆଭାକାନ୍ତ ମହାନ୍ତି
ତୁମେ ନୀଳ କଇଁ, ମୁଁ ଗୋ ଭ୍ରମର
ତୁମେ ନୀଳ ଉର୍ମି, ମୁଁ ଗୋ ସାଗର,
ତୁମେ ପ୍ରକୃତିରେ ଯେତେକ ନୀଳିମା
ମୁଁ ଗୋ ପ୍ରକୃତିର ସୁନ୍ଦର । ୦ ।
ତୁମେ ଭିନ୍ନିଭିନ୍ନି ସୁମନ ସୁରଭି
ମୁଁ ଗୋ ମତୁଆଲା ମଧୁ ମଳୟ,
ତୁମେ ପିକବଧୂ ମଧୁ କୁହୁତାନ
ମୁଁ ଗୋ ଉନ୍ମନା ନବ କିଶଳୟ,
ତୁମେ ଫଗୁ, ମୁଁ ଗୋ ଫାଲ୍ଗୁନ
ତୁମେ ଝରଣା, ମ
ୁଁ ଶ୍ରାବଣ,
ତୁମେ ରାଶି ରାଶି ସୁନେଲି କଳ୍ପନା
ମୁଁ ଗୋ ଅବିକଳ ତୁମର । ୧ ।
ତୁମେ କୋଣାରକ ଅଳସୀ କନ୍ୟା ଗୋ
ମୁଁ ତୁମ ଚର୍ଚ୍ଚିତ ଚିର ଅର୍ଚ୍ଚନା,
ମୋ ହୃଦ ବେହେଲା ରାଗିଣୀ ତୁମେ ଗୋ
ମୁଁ ସୁର ଗୋ ତୁମେ ତା'ର ମୁର୍ଚ୍ଛନା,
ତୁମେ କରକା, ମୁଁ ଗିରୀଶ
ତୁମେ ପ୍ରକୃତି, ମୁଁ ପୁରୁଷ,
ତୁମେ ଆଭା ମୁଁ ଗୋ ଅରୁଣ ତୁମରି
ସାଜୁ ପ୍ରୀତି ଆମ ଅମର । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****