STORYMIRROR

DEEPALI JENA

Romance Classics

4  

DEEPALI JENA

Romance Classics

ପ୍ଲାଟଫର୍ମ

ପ୍ଲାଟଫର୍ମ

1 min
12

ଏଇତ ଟ୍ରେନ୍ ହର୍ଣ୍ ଶୁଭିଲାଣି 

ତମେ ଏବେ ଚାଲିଯିବ 

ପୁଣି କାଲି ଦେଖାହବା କିଛି ମିଠା ସ୍ମୃତିକୁ ନେଇ 

କିଛି ମାନ, ଅଭିମାନ ଆଉ କିଛି ପ୍ରେମ

ଏ ସମୟଟା ବି କେତେ ଶୀଘ୍ର ଧାଇଁଚି 

ରାତି ୯ଟା ବାଜିଗଲାଣି 

ଦେଖିକି ଯିବ, ଘରେ ପହଞ୍ଚି କଲ୍ କରିବ 

ଆହା ! ଏଇ ମିଠା କଥା ଆମେ ଛାଡି ଯାଇଥିଲେ ନା-

ଏଇ ପ୍ଲାଟଫର୍ମ ରେ 

ଆଜି ଆମେ ଦୁଇଜଣ ବୟସର ଅପରାହ୍ନରେ 

ଠିକ୍ ସେଦିନ ଭଳି ପାଖାପାଖି ବସିଛେ 

ସମୟ ବି ଚାଲିଚି ତା ବାଟରେ 

ଖାଲି ଫରକ ଏତିକି ଯେ, 

ସେଦିନର ସେଇ ଅଭିମାନି ପ୍ରେମିକା ଆଜି ତମ ପତ୍ନୀ 

ବୟସର ଚପଳତା ନାହିଁ, ଅଛି ଯାହା ଭସା ଭସା ଢେଉ 

ଏଇତ ଟ୍ରେନ୍ ଆସିଗଲା 

ଆଜି ତମେ ଏକା ନୁହେଁ, ଚାଲ ସାଙ୍ଗ ହେଇ ଯିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance