STORYMIRROR

DEEPALI JENA

Tragedy

4  

DEEPALI JENA

Tragedy

ବାଟୋଇ

ବାଟୋଇ

1 min
367

ମୁଁ କଣ ତମର କେବେ ମନେ ପଡେ 

ତମ ଆଖି କଣରୁ ବିନ୍ଦୁଏ ପାଣି ବହିଲା ବେଳେ

ତମ ନିର୍ଜନ ବେଳାରେ

ତମେ ଦେଖୁଥିବା ସ୍ଵପ୍ନ ରେ 

କେବେ କଣ ମୁଁ ଆସେ

ତମ କୁ ଗପ କୁହେ, ଗୀତ ଗାଇ ଶୁଆଇ ଦିଏ

ତମେ ଲେଖୁଥିବା କବିତାର

ଗୋଟିଏ ଶବ୍ଦଟିରେ ମୁଁ କଣ ଆଜି ରୁହେ

ଅଳଙ୍କୃତ କରିବା ପାଇଁ କବିତାଟିକୁ

ପୂର୍ଣ୍ଣତା ଦେବା ପାଇଁ ତମ ଡାଏରୀର ଶେଷ ପୃଷ୍ଠାକୁ

ଅନେକ ଦିନ ଆଭିତରେ ହେଇଗଲାଣି

ମୋ ଜୀବନର ଫୂର୍ଦା ଚିରିଲାଣି

ତମ ଜୀବନରେ ନୂଆ ପ୍ରୃଷ୍ଠା ଆସିଲାଣି

ଆଜି ବି ମୁଁ ବାଟ ଚାଲେ ସେଇ ସ୍ମୃତିକୁ ନେଇ

ତୁମେ କଣ ଆଜି ବି ମତେ ମନେ ରଖିଚ

ତମ ଏକୁଟିଆ ପାଦଚଲା ରାସ୍ତାରେ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy