ରାତିର ଦୁଃଖ
ରାତିର ଦୁଃଖ
ଖୁସି ଗୋଟେ ଦିନର
ଆଖି ଭିଜା ଲୁହର
ଓଠ ଧାରେ ହସର
କିଏ ଆନ୍କି ଥିଲା ଇନ୍ଦ୍ର ଧନୁ
କିଏ ଦେଇଥିଲା ଛିଟା ଧଳାରେ କଳା ଗାରର ।
କାହାଣୀ ଏକ ନାୟକର
କାହାଣୀ ଏକ ନାୟିକାର
ଚଢେଇ ଦୁହେଁ ମୁକ୍ତ ପଞ୍ଜୁରୀର
ଗଳ୍ପ ତାଙ୍କ ସ୍ଵଳ୍ପ ଜୀବନର
ହସକୁ ସେ ଆପଣାର କଲେ ବୋଲି
ନଜର୍ ଲାଗିଲା ବୁଢି ଅସୁରୁଣୀର ।
ଲେଖା ଗୋଟେ କବିର
କାଳି ତା ରକ୍ତ କଣିକାର
ଭାଷା ତା ହ୍ରୁଦୟର
କେବେ ଲେଖେ ସେ ଏନ୍ତୁଡି ଶାଳରୁ ତ
କେବେ ଗାଏ ସେ ଜୀବନ ସ୍ତୋତ୍ର ମଶାଣୀ ଭୂଇଁର ।
ସମୟ ତା ଦରିଦ୍ର ଜୀବନର
ପେଟ ଭୋକର,ଭାତ ଗୋଟିର
ଆନ୍ଜୁଳାଏ ପାଣିର
ଜୀବନଠୁ ସେ ଲୁଚିଯାଏ ସିନା
ସମୟ ସହ ନିଇତି ଖେଳେ ଖେଳ ବାଘ ବଜାରୀର ।
କଥା ବୁଢୀ ଅସୁରୁଣୀର
ଜୀବନ ତା ସାତତାଳ ପଙ୍କ ଫରୁଆ ଭିତରେ
ଜାଳେ କାହା ଜୀବନ ଚୁଲି ଭିତରେ
ହାଡ ଖାଏ ମାଂସ ଖାଏ
କାଳ ଯେବେ ବସେ ତା ଘର ଦୁଆରେ
ଭୂଲ୍ ଠିକ୍ ର ଅନ୍କ କଷେ ବସି ଦୁନିଆ ଆଗରେ ।
ଗପ 'ତୁ' ଆଉ 'ମୁଁ ' ର
କେବେ 'ତୁ' ଋଷିଗଲେ ଭୂଲ୍ 'ମୁଁ'ର
କେବେ 'ମୁଁ' ଋଷିଗଲେ ଭୂଲ୍ 'ତୁ' ର
ଯଦି ଦୁହେଁ ଋଷିଗଲେ
ସମୟ ହିସାବ ମାଗେ ଜୀବନ ତମାମ୍ ର ।
