STORYMIRROR

DEEPALI JENA

Inspirational

3  

DEEPALI JENA

Inspirational

ଦାସୀ

ଦାସୀ

1 min
153


ମୁଁ ଲୁଚିବି ତମ ଚକା ଆଖିରେ

ନବକଳେବର କରିବ ମୋର

ପୁଣି ଥରେ ଦାରୁ ଖୋଜିବ 

ବିଶ୍ବ କର୍ମା ହାତେ ଗଢେଇବ

ତମ ଭଳି ଅଧା ଗଢା କରି ରଖିବନି କି 

ଏ ଜନ୍ହରେ କଳଙ୍କି ଲଗେଇବନି 

ତମ ଅଧା ଖଣ୍ଡିଆ ହାତେ ମତେ ଜୀବଦାନ ଦବ

ଶହେ ବର୍ଷ ର ଆୟୁଷ ଦବ ll


ଏଥର ଆଉ ଗଢିବନି ମତେ କୁମ୍ଭାର ହାଣ୍ଡିଶାଳରେ 

ଯୋଉଠି ପୂର୍ନତା ପାଇଲା ପରେ ବି-

ଅଲୋଡା ହେଇ ରହି ବି ତା କବାଟ କଣରେ

ଦେହରେ ମୋ ଧୂଳି ଜମିବ

ଝାଡିହେଇ ଉଠିଲା ବେଳକୁ ଗୋଟେ ଯୁଗ ସରିଥିବ ll


ଆଙ୍କିବନି ମତେ ଚିତ୍ରକର ତୂଳିରେ

ତା ଭାବନାରେ ମତେ ରୂପସୀ କଲାବେଳେ

ତା କାମନାର ଦାଗକୁ 

ମୁଁ ବର୍ଷ ବର୍ଷ ଧୋଇଚାଲିଥିବି ll


ପାରିଜାତ ଫୁଲ ଖୋସିବନି ଗଭାରେ

ନହିଲେ ସଭିଙ୍କ ନଜରରେ ମୁଁ ଥିବି

ଆପଣାଛାଏଁ ମଉଳିଲା ବେଳକୁ 

ଅଲୋଡା ହେଇସାରିଥିବି ll

ଧଳା ଛିଟା ଦବନି ତନୁରେ 

ପାରିବ ଯଦି ତମ କଳା ରଙ୍ଗେ ଆହୁରି କଳା କରିଦବ

ଲାଗିବନି ଆଖି କାହାର ଏ କଳା ରୂପ ଦେଖି ll

 

ସମ୍ପୂର୍ଣ୍ଣ। ଠୁ କିଞ୍ଚିତ୍ ଅସମ୍ପୂର୍ଣ୍ଣ ରଖିବ

ବିନ୍ଦୁ ବିନ୍ଦୁ ଜଳ କୁ ମୋ ଭିତରେ ଭରିବ

ମାଠିଆ କୁ ସୁନ୍ଦର ନ ଗଢି ଛିଦ୍ର ରଖିଥିବ

ବହିଯିବି ଯେବେ ତୁମ ଆନ୍ଜୁଳାରେ ଟିକେ ଯାଗା ଦବ


ତୁମ ଆଖିକୁ ମୁଁ ଦର୍ପଣ କରିବି

ତୁମ ଦୟଣା କୁ ମୋ ଗଳାରେ ନାଇବି

ତୁମ ପରଶରେ ଏ ଜନ୍ମର ଦାଗ ସବୁ ଧୋଇଯାଉଥିବ

ପୁଣି ଥରେ ମୁଁ ନବକଳେବର ହେବି 

ତୁମ ଅଧା ଖଣ୍ଡିଆ ହାତରେ....!!! 











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational