STORYMIRROR

DEEPALI JENA

Tragedy

4  

DEEPALI JENA

Tragedy

ଶେଷ କଥା

ଶେଷ କଥା

1 min
15

ହୁଏତ କାଲି ମୁଁ ନଥିବି ତୁମ ଭଲ ମନ୍ଦ ବୁଝିବାକୁ ,ଅବା ତୁମେ ଅଫିସ୍ ରୁ ଫେରିଲା ବେଳେ
ଚାହିଁ ରହିବିନି ଗେଟ୍ ପାଖେ...
ପଣତକାନି ବି ଓଦା ହେଇଯାଉନଥିବ ତୁମ ଝାଳରେ
କି ତୁମ ଶୋଷିଲା ପଣକୁ ମେଣ୍ଟେଇଟା ପାଇଁ
ହୁଏତ ବଢେଇ ପାରୁନଥିବି ପାଣି ଗ୍ଲାସ୍..
 ଆଜିଯାଏ ତ ଗ୍ୟାସ୍ ଲଗେଇ ଆସିଲାନି ..
ମୋ ଠାରୁ ବି ସୁନ୍ଦର ଖାଇବା କରି ପରଷିଦବ ଆମ ନୁଆ ରାନ୍ଧୁଣୀ..
 ବାହାର ଖାଇବା ଖାଇବନି କାହିଁକି ନା ତମ ଦେହରେ ସେ ସବୁ ଯାଏନି..
 ରାତି ଅଧଯାଏ ଅନିଦ୍ରା ରହିବନି ଆଉ ପାରିବ ଯଦି ସିଗାରେଟ୍ ଟା କମେଇ ଦବ..
 ତମ ପର୍ସ, ରୁମାଲ, ଘଣ୍ଟା ସବୁ ଗୋଟିଏ ଯାଗାରେ ରଖିଦେଇ ଯାଉଚି, ଏଥର ଆଉ ତମେ ହଇରାଣ ହବନି.. ତୁମ ପାଇଁ ମନ୍ତୁରେଇଥିବା ଡେଉଁରିଆକୁଡ୍ରେସିଙ୍ଗ ଆଇନା ପାଖରେ ରଖିଚି, କିଛି ସମୟ ଫ୍ରି ହେଲେ
 ହାତରେ ବାନ୍ଧି ଦବ..
ତୁମକୁ ପ୍ରିୟଥିବା ବାଦମ ଲଡୁ ଡବାକୁ
ରୋଷେଇଘର ବାଁ ପାଖ ଥାକରେ ରଖିଦେଇଛି..
 ତୁମ ଡ୍ରୟରରେ ସାଇତି ରଖିଛି ତୁମ ମୋ ଭେଟର ପ୍ରଥମ ସ୍ମୃତିଟିକୁ...
ପାରିବ ଯଦି ନିଜକୁ ସମ୍ଭାଳି ନବ ,ଭାବିନବ ପ୍ରିୟା ଆଉ ଫେରିବନି ଏ ଦୁନିଆକୁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy