ଫଗୁଣର ଏ ରଙ୍ଗର ପର୍ବରେ ଦିଅ ରଙ୍ଗେଇ
ଫଗୁଣର ଏ ରଙ୍ଗର ପର୍ବରେ ଦିଅ ରଙ୍ଗେଇ
ରଙ୍ଗର ପର୍ବର ଏ ଶୁଭ ଦିଵସରେ,
ଦେଉଛି ଏ ଶୁଭେଚ୍ଛା ପ୍ରୀତିର ରଙ୍ଗରେ,
ନାଲି ନେଳି ଗୋଲାପୀ ହଳଦିଆ ଅଭିରେ,
ଅଭିର ବୋଳି କାମନା କରୁଛି
ଆନନ୍ଦର ଏ ଦିନରେ ।୧
କାହିଁ ମତ୍ତ ହୁଅ ମିଛ ଗର୍ବ ଅହଂରେ ,
ଧନ ମାନ ଯଶ ନୁହେଁ ସବୁରେ,
ଛାଡି ଦେଇ ଅହଙ୍କାର ଏ ରଙ୍ଗ ପର୍ବରେ,
ବୋଳି ଦିଅ ପ୍ରୀତି ରୂପକ ରଙ୍ଗ ପର
ଅବା ନିଜରଙ୍କ ମନରେ ।୨
ଏ ନୁହେଁ ଖାଲି ଅଭିରର ରଙ୍ଗ,
ସେ ତ ନିଜ ଲୋକ ପ୍ରତି ପ୍ରେମ ଆଉ ପ୍ରୀତିର କେତେ ଢଙ୍ଗ,
ସଭିଙ୍କ ଦେହେ ବୋଳିଲେ ପ୍ରେମରୂପୀ ସପ୍ତରଙ୍ଗ,
ତେବେ ଜାଣିବ ସମ୍ପର୍କ ଆମର ସତେ କେତେ ପରିବ୍ୟାପ୍ତ । ୩
ହେ ପ୍ରିୟ ଛାଡି ସବୁ ରାଗ ଅଭିମାନରେ,
ଆଜି ମୁଁ କହୁଛି ନାଲି ନେଳି ଅବା ଗୋଲାପୀ ରଙ୍ଗରେ,
ଦେବି ତୁମକୁ ରଙ୍ଗେଇ,
ତୁମକୁ ନେବି କୋଳେଇ ।୪
ଏ ହୋଲିପରବେ ଦିଅ ଟିକେ ସାତରଙ୍ଗ ଫଗୁଣର,
ଆହେ ମୋ ପ୍ରିୟବନ୍ଧୁ ସଖା ସହୋଦର,
କଥା ଦେଲି ମୁଁ ସାଥୀ ହେବି ତୁମ ସୁଖ ଦୁଃଖର,
ଏତିକି କହିଲି ଏ ସୌମ୍ୟର ମନ ହେଇଲା ସବୁଦିନ ତୁମର ।୫

