ପ୍ରଥମ କବିତା
ପ୍ରଥମ କବିତା
ପ୍ରଥମ କବିତା କଣ ଲେଖିବି ଭାବୁଥିଲି ଦିନେ ସନ୍ଧ୍ୟାରେ ବସି ,
ବର୍ଷା ପାଗକୁ ମୁଡ଼ିକି ଗାଣ୍ଠିଆ କଫି କପ କୁ ପାଖରେ ମୁ ରଖି ,
ମନେ ମନେ କେତେ କଥା କହୁଥାଏ ସୁର ଛନ୍ଦ ଅଳଙ୍କାର କୁ ନଭେଦି ,
ବୋଉ ଭାଇ ବାପା ସଭିଏଁ ଶୁଣି ଠୋ ଠୋ ଦେଲେ ହସି ।
ହସିଲା ଭଉଣୀ ଫେ ଫେ ହେଇ ଶୁଣି ସାନ ଭାଇର କଥା ,
କହୁଛି ଜିଭ ଦେଖେଇ ତୁ ଡ଼ହରା ଦେଖେଇଲୁ
କଣ ଲେଖିଚୁ କବିତା ,
ଡାକିଲି ବୋଉ ଲୋ ଦେଖିଲୁ ଏ ଫୁଲେଇ ବର୍ଷା ର ତାମସା ,
ମା ସେ ମମତାମୟୀ ଦେଖିଣ ମୋର ଦୁର୍ଦ୍ଦଶା ।
କହିଲା ଧନରେ ଗାଆତୁ ମୁ ଶୁଣିବି ତୋ କବିତା ,
ଏଇନେ ଠୁ ମୁ ହେଲି ତୋ ପ୍ରଥମ କବିତାର ଶ୍ରୋତା ,
ଗାଇଲି ମୋ ଭକ୍ତି ଗୀତ ହେ ଜଗନ୍ନାଥ ପତିତପାବନ ବିଶ୍ଵବିଧାତା ,
ଶୁଣିକି ବୋଉ କହିଲେ ସୁନ୍ଦର ଜଣାଣ କାଳିଆକୁ ନେଇ ଦୁରକଲା ମନରୁ ବହୁବ୍ୟଥା ।
ସେହି ଦିନୁ ଆଜି ଯାଇ ଚେଷ୍ଟା ମୁ କରୁଛି ସୁଯୋଗ ପାଇଲେ ଲେଖିବାକୁ କିଛି ,
କେବେ ଗାଁ କଥା କୁ ତ କେବେ ଅଧୁନିକତାକୁ ପୁଣି କାଳିଆକୁ ନେଇ ଗୀତି ,
ପ୍ରଭୁଙ୍କ ଚରଣେ ଅକ୍ଷର ଶବ୍ଦରେ କବିତା ଜଣାଣ ଭାବରେ ଢାଳି ମୋ ପ୍ରଣତି ,
ଲେଖୁଛି ଲେଖିବି ଯେ ଯାଇ ଦେବେ ସେ ମହାବାହୁ ତାଙ୍କ ଅନୁମତି।